STORYMIRROR

Jyotirmoyee Mohanty

Thriller

4  

Jyotirmoyee Mohanty

Thriller

ଦୀପାବଳୀ

ଦୀପାବଳୀ

1 min
280

ଦୀପାବଳୀ ନା ଶୁଣିଲେ ଦେଖାଯାଏ  

ଘରର ସାଜସଜ୍ଜା, ସଫାସୁତୁରା ପରିବେଶ

ଆଉ ମନରେ ଭାସିଆସେ ଆଲୋକର ବର୍ଣମାଳା 

ରୋଷଣୀର ଶବ୍ଦ ଉନ୍ମାଦନା । 


ହେଲେ ଯେଉଁଦିନ ଏହି ଦୀପାବଳୀରେ 

ଗୋଟିଏ ଅଘଟଣ ଘଟିଗଲା ଆଖି ସାମ୍ନାରେ 

ଆଉ ଭଲ ଲାଗେନା ମୋତେ ଦୀପାବଳୀ 

ସେଦିନ ମୁଁ ନିଜକୁ ଛୁପାଇ ରଖିଥାଏ 

ଆଲୋକର ବର୍ଣ୍ଣମାଳା ଠାରୁ 

ରୋଷଣୀର ଶବ୍ଦ ଯାଏଁ । 


ଦୀପାବଳି ଆସିଲେ

ଗୋଟି ଗୋଟି କରି ମୋ ଆଖି ସାମ୍ନାରେ 

ନାଚିଯାଏ ସେହି ସବୁ ଦୃଶ୍ୟ

ଆଜି ବି ମୋ କାନରେ ଅନୁଗୁଞ୍ଜିତ ହୁଏ 

ମିଲି ନାନୀର ଆର୍ତ୍ତଚିତ୍କାର 

ତା ଛୁଆମାନଙ୍କର ବିକଳ କ୍ରନ୍ଦନ 

କୁମୁନ୍ଦ ଭାଇ ଯେତେବେଳେ 

ବାଣ ଲଗେଇବାକୁ ଯାଇ 

ଆଖି ପିଛୁଳାକେ ସେ କେମିତି

ନିଜେ ଜଳି ଯାଇଥିଲେ ।


ଯେତେ ଚେଷ୍ଟା କରିଥିଲ ମଧ୍ୟ 

କିଏ ତାଙ୍କୁ ପଞ୍ଚାଇ ପାରି ନଥିଲେ 

ଅକାଳରେ ଅବେଳରେ ଚାଲିଗଲା ଜୀବନ ତାଙ୍କର 

ଛାଡ଼ି ଚାଲିଗେଲେ ବାପା ମା ସ୍ତ୍ରୀ ପିଲାଙ୍କୁ ଅନାଥ କରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller