STORYMIRROR

Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

କାନ୍ଥ

କାନ୍ଥ

1 min
28


ସେଇ କିଛିଦିନ ବାପା କାନ୍ଥ ହୋଇଯାଇଥିଲେ

କିଛି କହୁନଥିଲେ କାହାକୁ

ଆକଟ ବା ପ୍ରତିବାଦ ସ୍ୱର ନରମି ଯାଇଥିଲା

ବାପା ଏକ ମାଟି କାନ୍ଥ ପରି

ପବନରେ ଦୋଳାୟିତ ହେଲାବେଳେ

ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କବାଟ ସବୁକୁ

ଜାବ ଦେଉ ଦେଉ ଭାଙ୍ଗିପଡୁଥିଲେ

ବଡ଼ପୁଅ ବୋଲି କାନ୍ଧ ମାଗୁଥିଲେ

ହେଲେ ଉତ୍ତରଦାଇତ୍ୱ ତ ବାପାଙ୍କର

ବାପା ହୁଏତ ଭାବୁଥିଲେ ସେ ଚାଲିଗଲା ପରେ

ସେଇ କାନ୍ଥ ହୋଇ କବାଟ ସବୁକୁ କାନ୍ଧେଇବା

ବେଳ ଆସିଗଲେ ବୁଝିଯିବ

କହିନଥିଲେ ପାଟି ଖୋଲି

ବୁଝି ହୋଇଗଲା ବାପା ଚାଲିଗଲା ପରେ

ଦାଣ୍ଡରୁ ବାରି ସରକାରୀ ଚାକିରୀ

ବିଲବାଡି ଧାନଖଳା ଗୋହିରି ପୋଖରୀ

ସବୁ କବାଟକୁ କାନ୍ଥ ହୋଇ ପିଠି ହେଲାବେଳେ

ବୋଉର ଧାନଉଁସା ହାଣ୍ଡି ପରି ଗୁମସୁମ ମୁହଁ ଭାବ

କିଛି କହୁଥାଏ, ଯାହା ଅବୁଝା

କାନ୍ଥ ହେଲାପରେ ସବୁକୁ ପିଠି କରି

ଠିକ ବାପାଙ୍କ ପରି ଅସହାୟ ଭାରି

ମନେ ପଡନ୍ତି ଖୁବ ବାପା

ତୁମେ ଆଉକିଛି ଦିନ ଅପେକ୍ଷା କରିଯାଇଥିଲେ

କଣ ହେଇନଥାନ୍ତା 

ଶୁଭୁଥିଲା ମାଟି କାନ୍ଥ ଆଉ କେତେ ଦିନ

ବାପା ଥିଲା ପୁଅ ସଭାରେ ବସେନା ନାମରେ

ଆଉ ମୁକୁଳିଯିବାର ରାସ୍ତା ନଥିଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract