STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ନିଜ ଦୋଷ

ନିଜ ଦୋଷ

1 min
392


କବିତା ଏକ ଶବ୍ଦବୀଜ

ଲୁହ ଲହୁ ରାଗ ପ୍ରୀତି ଯୋଗ

ଫଳ ପତ୍ର ରନ୍ଦ୍ରରେ ଯାଗ

ଭାଜ୍ୟ ଭଜକ ଭାଗଫଳ ଲୋଗ

ଗଳ୍ପ ଉପନ୍ୟାସ ମାଗିନିଏ ଆଧାରୁ

ଟିକେ ଅଧିକ ଆଳାପ ରାଗ

ଛାନ୍ଦ ଛନ୍ଦ ତାଳ ଲୟ ସ୍ଵରେ ଅନୁରାଗ

କବି ଆଜି କବିତାମନସ୍କ ହୋଇ

ଭୁଲିଛି କୁହୁକ ଆବେଗ

ଶବ୍ଦ ସବୁ ତୀର ହୋଇ ଭେଦ

ବୁଝି ହୁଏ କିଛି ଅବୁଝା ବି ଅଛି

ଲେଖେ ଯିଏ ପଢ଼ି ବୁଝେ ସିଏ

ବୁଝିବାକୁ କବିତା କରେ କିଏ ଯୋଗ

ଶବ୍ଦ ବୀଜ ପୋତେ କିଏ ଯୁଗ୍ମ ଅଯୁଗ୍ମ

ମଞ୍ଜି ଖାଇ କୀଟ ଫୁଲାଇଛି ପେଟ

କିଏ କେତେ ନିଶ୍ଚୟ ଖୋଜେ ଆରୋଗ୍ୟ

ପୁଣି ମୁକ୍ତି ପାଇବାକୁ ଖାଇ ଆୟୁର୍ବେଦ

କବିତାରେ ସବୁଅଛି ମାନ କି ନମାନ

ଦିଅନା ଆରୋପ ଅପବାଦ

ମଞ୍ଜି ଲଗାଇବା ଦୋଷ ନା ଗଛ ପୋତିବା

କହିବ ହୁଏତ ବଇଦ

ନିରୀହ କବି ଏଠି ପଢେ ଚତୁର୍ବେଦ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract