ନିଜ ଦୋଷ
ନିଜ ଦୋଷ
କବିତା ଏକ ଶବ୍ଦବୀଜ
ଲୁହ ଲହୁ ରାଗ ପ୍ରୀତି ଯୋଗ
ଫଳ ପତ୍ର ରନ୍ଦ୍ରରେ ଯାଗ
ଭାଜ୍ୟ ଭଜକ ଭାଗଫଳ ଲୋଗ
ଗଳ୍ପ ଉପନ୍ୟାସ ମାଗିନିଏ ଆଧାରୁ
ଟିକେ ଅଧିକ ଆଳାପ ରାଗ
ଛାନ୍ଦ ଛନ୍ଦ ତାଳ ଲୟ ସ୍ଵରେ ଅନୁରାଗ
କବି ଆଜି କବିତାମନସ୍କ ହୋଇ
ଭୁଲିଛି କୁହୁକ ଆବେଗ
ଶବ୍ଦ ସବୁ ତୀର ହୋଇ ଭେଦ
ବୁଝି ହୁଏ କିଛି ଅବୁଝା ବି ଅଛି
ଲେଖେ ଯିଏ ପଢ଼ି ବୁଝେ ସିଏ
ବୁଝିବାକୁ କବିତା କରେ କିଏ ଯୋଗ
ଶବ୍ଦ ବୀଜ ପୋତେ କିଏ ଯୁଗ୍ମ ଅଯୁଗ୍ମ
ମଞ୍ଜି ଖାଇ କୀଟ ଫୁଲାଇଛି ପେଟ
କିଏ କେତେ ନିଶ୍ଚୟ ଖୋଜେ ଆରୋଗ୍ୟ
ପୁଣି ମୁକ୍ତି ପାଇବାକୁ ଖାଇ ଆୟୁର୍ବେଦ
କବିତାରେ ସବୁଅଛି ମାନ କି ନମାନ
ଦିଅନା ଆରୋପ ଅପବାଦ
ମଞ୍ଜି ଲଗାଇବା ଦୋଷ ନା ଗଛ ପୋତିବା
କହିବ ହୁଏତ ବଇଦ
ନିରୀହ କବି ଏଠି ପଢେ ଚତୁର୍ବେଦ ।।
