STORYMIRROR

Sunanda Mohanty

Abstract Thriller

4  

Sunanda Mohanty

Abstract Thriller

ପଞ୍ଚମୁଖି

ପଞ୍ଚମୁଖି

1 min
287


ଦୀପ ଦିଏ ଆମ ଭାଗ୍ୟ ସଳଖି

ପ୍ରତିଦିନ ଜାଳି ଦେବତା ଦୁଆରେ

ଏକମୁଖୀ ସଖୀ 

ମଣିଷ ହୁଅଇ ସୁଖୀ

ଶତ୍ରୁଠାରୁ ମୁକ୍ତି ପାଇଁ

ଦୁଇମୁଖି ଦୀପ ଦିଅ ଜଳାଇ

ଶାନ୍ତି ସୌହାର୍ଦ୍ଦ ପାଇଁ

ସନ୍ତାନ ପ୍ରାପ୍ତି ଦାମ୍ପତ୍ୟ ଶାନ୍ତି

ଦୀପ ଜାଳିଦେଲେ ତିନିମୁଖି

ଧନ ସମ୍ପଦ ବିଭବ ପାଇଁ

ଦୀପ ଚାରିମୁଖୀ ଠାକୁର ଘରେ ଥୋଇ

ଦେଖିବ ସୁଖ ପସରା ଆସିବ ଧାଇଁ

ସର୍ବ ସୁଖ ଶାନ୍ତି ପ୍ରୀତି ଓ ମୈତ୍ରୀ

ପଞ୍ଚମୁଖୀ ଦୀପ ପଞ୍ଚସୂତ୍ରୀ

ହୋଇ ଦେଉଥିବ ସ୍ୱାମୀ ପୁତ୍ର ପୁତ୍ରୀ

ପୌତ୍ରାଦି କୁଟୁମ୍ବ ଜ୍ଞାନ୍ତି

ଜାଳି ଦୀପ ଅହୋରାତ୍ରୀ

ହେବ ପଦ୍ମାବତୀ କହେ ଧୂମାବତୀ

ନହେବ ଇତି ବଢ଼ି ସୌର୍ଯ୍ୟ ବୀର୍ଯ୍ୟ ସମ୍ପତ୍ତି

ଦୀପ ଜାଳି କରୁଥିବ ଶ୍ରଦ୍ଧା ଭକତି

ସଦ୍ଭାବନା ଭାଇଚାରା ଦୀପ ସଂସ୍କୃତି

ଜଗତର ଜଗନ୍ନାଥ ଲଷ୍ମୀ ପତି ଶ୍ରୀପତି

ବଖାଣି ଦୀପ ମହିମା ଭକତେ ଜଣାନ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract