STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ରାଧା ନାମରେ ନିସ୍କୃତି

ରାଧା ନାମରେ ନିସ୍କୃତି

1 min
253


ନିୟତ୍ତି ଲେଖିନି ବିହୀକୁ ବହିରେ

ଯେତେସବୁ ପାହାନ୍ତି

ଗୋଧୂଳି ଓ ଚଇତି

ସ୍ବପ୍ନ ବିଭୋର କରେ ଛାତିକୁ ମିଶାଇ ଛାତି

ଶିଶିର, ଉତ୍ତରା ପବନ ବା କୁ ବତାସ ହୋଇ

ଛେଡେଇ ନିଏ ଦେହାତୀତ ଆଲୋକ ସବୁକୁ

କିଏ ଲୁହ ପୋଛେ ପଣତେ

କିଏ ଲହୁ ଗଡା଼ଇ ଗଣେ ଆଉ କୋଉ ହାତେ

ଏ ଜୀବନ କି ଗଣିତ କେଜାଣି

ପ୍ରେମରେ ଖାଲି କଳଙ୍କ

ଜହ୍ନ ଦେହରେ ନାହିଁ ସେଟା କହୁଛନ୍ତି ବୈଜ୍ଞାନିକ

କଇଁ ନିରବି ଯାଇଛି ଯନ୍ତ୍ରଣା ଋତୁରେ

ପ୍ରୀତି ବି ମେଲାଣି ମାଗି ଉଭାନ

ମୈତ୍ରୀ ରହିଛି ଯାହା ଭେଟଘାଟରେ

ସ୍ମୃତି ତ ଅତୀତ ଇତିହାସ

କାହାକୁ ନେଇ ମଣିଷ ବଞ୍ଚିବ କେଜାଣି

ଧୁ ଧୁ ଖରା, ଟପ ଟପ ବର୍ଷା ଠୁ

ଶୀତ ଟିକେ ନିଆରା

କାର୍ତ୍ତିକ ହବିଷ ଭାତରେ

ଦୀପାବଳୀ କାଳୀ ପୂଜା

ପିତୃପୁରୁଷ ଡାକରା ସହିତ

ରାଧା ମାଆ ପାଦ ଦର୍ଶନରେ

ପଞ୍ଚୁକ ଆସିଛି ଧର୍ମ ଅଧର୍ମ ଆଖିଠାର ମାରି

କାର୍ତ୍ତିକ ପୁନେଇଁରେ ଦଙ୍ଗା ଭସେଇ ପାପ ଧୋଇନେବା

ଗୋଡ଼ରେ ଅଳତା ପାଉଁଜି ନେଲପଲିସ ଖଞ୍ଜିଲେ

ରାଧା ବୋଲି କହୁନି କେହି

ରାଧାଙ୍କ ପାଦରେ ତୁଳସୀ ମହକ

ପାଉଁଜି ଝଲକ ଝୁଣ୍ଟିଆ ଆପଲକ

ଝୁଣା ଧୂପ ଦୀପ ଚନ୍ଦନ ତୁଳସୀର ମିଶ୍ରିତ ଅର୍କ

ଅଁଳା ନବମୀର ଛୁଙ୍କ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract