STORYMIRROR

DILIP KUMAR SAHOO

Fantasy

4  

DILIP KUMAR SAHOO

Fantasy

ବୋଉ ମୋ ବୋଉ

ବୋଉ ମୋ ବୋଉ

1 min
274


ଚାଲିଗଲୁ ସବୁ କାମ ସାରି 

ମୋ ଫେରିବାଯାଏ ରହିଲୁନି

ଶେଷଥର ପାଇଁ କଥା ପଦେ ମୋତେ କହିଲୁନି

ଆସିଲା ବେଳକୁ ଆଖି ଖୋଲି ଥରେ ଚାହିଁଲୁନି

ତୋ ଧନ ଆସିଛିବୋଲି

ଖୁସିରେ ଉଲୁସି ଉଠିଲୁନି

ଚାଲିଗଲୁ ଆରପାରି

ତୋର ସବୁ କାମ ସାରି

ପୁଅ ଝିଅ ବାହାଘର

ନାତି ନାତୁଣୀଙ୍କୁ ନେଇ

ସୁଖର ସଂସାର

ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ପକ୍କା ଘର 

ଜୀବନର ସବୁ ଆଶା ସପନକୁ ସତ କରି

ଚଲିଗଲୁ ଆରପାରି ବାପାଙ୍କୁ ତୁ ଏକା କରି ॥

ବଡ ଘର ଝିଅ ତୁ ଲୋ

ଏ ଘରକୁ ଯେବେ ତୁ ଆସିଲୁ

ଝାଟି ମାଟି କୁଡିଆରେ କାଳକ ବିତେଇଦେଲୁ

ଏ ଘରର ସୁଖେ ଦୁଃଖେ ପରାଣ ମିଶାଇଦେଲୁ ॥

ସୁଖ ସାଉଁଟିଲାବେଳେ ଚାଲିଗଲୁ ଆରପାରି

ତୋର ହାତ ଗଢା ଉଆଶକୁ କରିଦେଇ ହତଶିରି --

ତୋର ସେହି ସ୍ନେହଁଶ୍ରଦ୍ଧା ଦରଦି ହୃଦୟ

ଝୁରେ ଆଜି ସାରା ଗାଁ ଆଖିରୁ ଝରାଇଲୁହ

ମଥାରେ ସିନ୍ଦୂର ନାଇ

ଛ ଖଣ୍ଡ କାଠର ଶେଯରେ ଶୋଇ

କାନ୍ଧରେ କାନ୍ଧେଇ ନେଲେ

ତୋର ଯେତେ ପୁଅ ପୁତୁରା ଜ୍ବାଇଁ

ଜୁଇପରେ ଯେବେ ଦେଲେ ଥୋଇ

ତୋ ମୁଣ୍ଡ ତଳେ ମୁଁ ନିଆଁ ବରିଆ ଲଗାଉ ଲଗାଉ

ତୋ ନାତି ଗୁଗୁଲୁ କାନ୍ଦି କାନ୍ଦି କହୁଥିଲା

ମା ଆକାଶକୁ ଚାଲିଗଲା ଧୁଆଁହୋଇ

ଆଉ ସିଏ ଆସିବନି ଫେରି

ଚାଲିଗଲା ସବୁ କାମ ସାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy