STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ରଥ ଯାତ୍ରା

ରଥ ଯାତ୍ରା

1 min
355

କବିତା(ରଥ ଯାତ୍ରା)


ରଥ ଯାତ୍ରା କୁ ନେରେ କାଳିଆ ଝୁରେ ଆତ୍ମା ପ୍ରାଣ ମୋର

ତୋ ବଡ଼ ଦାଣ୍ଡ କୁ ନେରେ କାଳିଆ

ଦେଖିବି ନୀଳଚକ୍ର.....

ପଞ୍ଚ ପରାଣ ମୋ ଲୀନ ହୋଇଯିବ

ତୋର ଶ୍ରୀ ଅଙ୍ଗ ରେ

ପଞ୍ଚ ଭୁତ ଶରୀର ଲୀନ ହୋଇଯିବ

ତୋର ଏ ପ୍ରକୃତିରେ

ତୋ ସୁନା ବେଶ କୁ ଦେଖାରେ କାଳିଆ

ଛୁଇବି ଶ୍ରୀ ପୟର୍

ରଥ ଯାତ୍ରା କୁ ନେରେ କାଳିଆ....

ଦୁଃଖୀ ଜୀବନରେ କେତେ ଦୁଃଖ 

ସହିଛି ଜାଣିଛୁ ଏକା ତୁହି

ଏତେ ବଡ଼ ସଂସାରରେ କିଛି ନୁହେଁ 

ମୋର ଜାଣିଛି ଏକା ମୁହିଁ

ତୋ ନନ୍ଦିଘୋଷ କୁ ନେରେ କାଳିଆ

ଦେଖିବି ଶ୍ରୀ ମୁଖ ତୋର

ରଥ ଯାତ୍ରା କୁ ନେରେ କାଳିଆ......

ପାପ ପୂଣ୍ୟ ସଂସାରରେ ରହିଥାଇ

ଜାଣି ନାହିଁ କିଛି

ସୁଖ ଦୁଃଖରେ ସବୁ ସମୟରେ 

ତତେ ମୁ ପାଇଛି

ଭାବରେ ପାଇଛି ବୋଲି ରେ କାଳିଆ

ଝୁରେ ଏଇ ମନ ମୋର

ରଥ ଯାତ୍ରା କୁ ନେରେ କାଳିଆ

ଝୁରେ ଆତ୍ମା ପ୍ରାଣ ମୋର......


ବୁଗୁଡ଼ା,ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy