STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ଦେବୀ ଆରାଧନା

ଦେବୀ ଆରାଧନା

1 min
232


ହେଲାଣି ସାଜସଜ୍ଜା, ବାଜଇ ମଙ୍ଗଳ ବାଜା, ପ୍ରକୃତି ଶୋଭା ମନୋହର

ଜଳେରେ କୁମୁଦିନୀ, ଶାରଦ ଜହ୍ନ ଚାନ୍ଦିନୀ,  ଜୀବନ କରୁଛି ଅଧୀର

କଦମ୍ବ ଫୁଟି ତା’ର, ସୁରଭି କରେ ବିସ୍ତାର, ଭ୍ରମରେ ଉଡ଼ନ୍ତି ଭ୍ରମର

ଗୁଣୁଗୁଣୁ ତାନରେ, ବିପଞ୍ଚୀ ସ୍ଵର କି ତୋଳେ, ଶୃତିକୁ ଲାଗଇ ମଧୁର ।।


ମଧୁର ପାର୍ବଣ ର, ଶରତ କାଳ ମଧୁର, ମଧୁମୟ ଲାଗେ ସଂସାର

ପବିତ୍ର ବେଦ ତାନ, ହେଉଅଛି ଉଚ୍ଚାରଣ, ଏହିକି ସେ ଅମର ପୁର

ଉଠୁଛି ହୋମ ଧୂମ, ଘୃତ ଦଗ୍ଧ ସମୀରଣ, ଶୃଜଇ ଆନନ୍ଦ ଅପାର

ଆସନ୍ତି ମହାମୟୀ, ଉତ୍ଫୁଲିତ ସେଥିପାଇଁ, ସାଜସଜ୍ଜା ୟେ ପ୍ରକୃତିର ।।


ପାସୋରି ସବୁ ଦୁଃଖ, ସଜାଇ ପୁଷ୍ପ ସ୍ତବକ, କରଇ ଦେବୀ ଆବାହନ

ସିଂହ ପୃଷ୍ଠେ ବିଜୟ, କରିଆସ ମୋ ଆଳୟ, ଘେନ ମୋ ଭକତି ଚନ୍ଦନ

ବରଷି ଶାନ୍ତି ବାରି, ଜଗତ ଦିଅ ଉଦ୍ଧାରି, ଦୁଃଖ ରୁ କର ପରିତ୍ରାଣ

ତୁତ ଆନନ୍ଦମୟୀ, ତୋ ପରଶେ ଏହି ମହୀ, ହୋଇଯାଉ ମା ମହିଆନ ।।


ତୋବିନୁ କାହିଁ ଗତି, ମହେଶ ପ୍ରାଣ ବାନ୍ଧବୀ, ଅଧମ କରେ ପଦେ ଅଳି

କର ବାରେ କରୁଣା, ମହିଷା ସମ କରୋନା, ରକ୍ଷସେ ଦିଅପଦେ ଦଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy