ଫୁଲ
ଫୁଲ
ଫୁଲ କୁ ପଥର, କହୁଛୁ କହୁଥା,
ଫୁଲ ତ କଦାପି, ପଥର ହୁଏନା,
ଫୁଲ କୁ ଭାଙ୍ଗିଦେ, ଛେଞ୍ଚି ଦେ, ଫିଙ୍ଗିଦେ,
ମହକ କୁ ତା’ର, ରୋକି ତ ହୁଏନା ।
କଣ୍ଟା ମଧ୍ୟେ ଯିଏ, ବଢ଼ିଛି ଫୁଟିଛି,
ସିଏ କି ଡରିବ, କାହାକୁ କେବେ,
ସୁଖ ଦବ ସିଏ, ମହକି ଉଠିବ,
ରଖିବ ଯେଉଁଠି, ତାହାକୁ ଯେବେ ।
ମଥାର ସେ ଶୋଭା, ଗଳାର ସେ ମାଳା,
ଛୋଟିଆ ଜୀବନ, ପାଉଛି ସମ୍ମାନ,
କଣ୍ଟା କୁ ତ ଦୀର୍ଘ, ଜୀବନ ମିଳିଛି,
ଭାଗ୍ୟକୁ ଜୁଟିଛି, ଖାଲି ଅପମାନ ।
