STORYMIRROR

RUNALAILA MOHANTA

Fantasy Children

4  

RUNALAILA MOHANTA

Fantasy Children

ପ୍ରକୃତି ସୁନ୍ଦରୀ

ପ୍ରକୃତି ସୁନ୍ଦରୀ

1 min
197


ଅପୂର୍ବ ସୌନ୍ଦର୍ଯ୍ୟରେ ଭରା ଆମ ଏ ଧରା

ପ୍ରକୃତି ସୁନ୍ଦରୀ ଏଠି ନିତି ଦିଶେ ନୂଆନୂଆ

ଯେତେ ଦେଖିଲେ ବି ଆଖିକୁ ପୂରେନା

ଯେତେ କହିଲେ ବି ତା କଥା ସରେନା

ଆନନ୍ଦ ଦାୟିନୀ ସେ ଶାନ୍ତି ପ୍ରଦାୟିନୀ

ଅମୃତ ଝରିଣୀ ପ୍ରାଣ ବାୟୁ ପ୍ରବାହିନୀ

ସୁନ୍ଦର ଏ ବସୁନ୍ଧରା ଦିଏ ସଭିଙ୍କୁ ଧରା

ଫୁଲଫଳେ ପୂରିଅଛି ତାର ଅଟବୀ ଅସରା

ଅମୃତ ଗଙ୍ଗା ଝରାଏ ତାର ସ୍ରୋତସ୍ଵିନୀ ପରା

ସ୍ୱର୍ଗ ମର୍ତ୍ତ୍ୟ ପାତାଳର ସବୁସୁଖ ଏଠି ବିଦ୍ୟମାନ

ସକାଳ ସବିତା ଆଉ ସଂନ୍ଧ୍ୟା ର ସୂରୁଜ

ଦିଶୁ ଥାଏ ଶୋଭା ତାର ମଥା ଟିକିଲି ପରି

ପ୍ରଭାତରେ ଯେବେ ଉଠନ୍ତି ଗୋଟିଗୋଟି ଜନ

ଶୁଦ୍ଧବାୟୁ ପୁଲକିତ କରେ ପ୍ରତି ପ୍ରାଣୀ ମନ

ଅଶାନ୍ତି ରେ ଯେବେ ଘାଣ୍ଟି ହୁଏ ଜନ ମାନସ

ହରି ନିଏ ପ୍ରକୃତି ସବୁ ଦେଇ ମଳୟ ପବନ

କହିଯାଏ କେତେ କଥା ଦେଖାଇ ଭିନ୍ନଭିନ୍ନ ଶୋଭା

ରୂପରେ ତାର ଲୁଚି ରହିଥାଏ କେତେକେତେ ଶିକ୍ଷା

ପର୍ବତ କହେ ଧୈର୍ଯ୍ୟବାନ ହୁଅ

ପଥର କହେ ଧୈର୍ଯ୍ୟ ନ ହାର

ଅମ୍ବର କହେ ହୃଦୟକୁ ବିଶାଳ କର

ଜଳଧର କହେ ଭିଜେଇ ଦିଅ ସଭିଙ୍କୁ ପ୍ରେମ ବର୍ଷାରେ

ସମୁଦ୍ର କହେ ବୁଡ଼େଇ ଦିଅ ସେନେହ ସାଗରେ

ପକ୍ଷୀ କୁହେ ଉଡ଼ି ଯାଅ ନିଜ ରାସ୍ତା ରେ

ନ ପଡି ରୁହ କେବେ କାହା ପଛ ରେ

କରି ଯାଅ ନିଜ କର୍ମ ଜିଇଁ ଯାଅ ଏ ଜୀବନ

ଖୁସି ରେ ନିଜେ ରହିବ ଯେବେ

ସଭିଙ୍କୁ ଦେବ ସୁଖ ତେବେ

ନ ହୋଇ ଆନମନା କରିଯାଅ ସଭିଙ୍କୁ ଆପଣା

ପରିବାର ହୋଇ ସବୁ ରହିବ ଯେବେ

ନ ଥିବେ କେହି ପର ଏ ମେଦିନୀ ପୁରେ

ଭାଇ ବନ୍ଧୁ ଭାବ ରଖି ସବୁ ନର

ଆଗେଇ ଚାଲ ଏ ମାଟିର ସୁପୁତ୍ର ସନ୍ତାନ

ଏଇ ଆମ ଧର୍ମ ଏଇ ଆମ କର୍ମ

ମିଳିବ କି ନାହିଁ ପୁଣି ମଣିଷ ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy