STORYMIRROR

janaranjan pradhan

Fantasy

4  

janaranjan pradhan

Fantasy

ଦୁଇହଜାର କୋଡିଏ ଢାଳିଛି ବିଷ

ଦୁଇହଜାର କୋଡିଏ ଢାଳିଛି ବିଷ

1 min
175

ଶୁଭ ସକାଳରେ ଶୁଭ ଶଙ୍ଖ ବଜାଇ

କୋଡିଏ ମର୍ତ୍ତ ଭୂମିକୁ ଥିଲା ଓଲ୍ଲାଇ।

ଶଙ୍ଖ ହୁଳହୁଳି ବାଣ ରୋଷଣୀ ନେଇ

ବନ୍ଦାପନା କଲେ ତାକୁ ଆନନ୍ଦ ହୋଇ

ସୁଖ ବାଣ୍ଟି ଦେବ ସିଏ ମର୍ତ୍ତରେ ରହି।

ମୁଣ୍ଡରେ ଓଢଣୀ ତାର ମୁଖରେ ହସ

ପେଟରେ ଭରିଥିଲା ହଳାହଳ ବିଷ।

ତାର ବିଷରେ ଜଳିଲା ସମଗ୍ର ବିଶ୍ୱ।

ସେହି ଗରଳର ନାମ ଅଟେ କରୋନା

ବିଦେଶରୁ ଆସିଲା ସେ ଉଡାଇ ବାନା

ଚାଇନା ଅଟେ ତାହାର ଜନମ ଭୂଇଁ।

କାୟା ବିସ୍ତାରିତକଲା ସବୁଦେଶକୁ ସେହି।

ତାର ବିଷରେ ଜଳିଲେ ସରବେ ଭାଇ

ମହାମାରୀ ପରି ସିଏ ଆସିଲା ମାଡି

ଶରୀରରେ ଭୂତାଣୁ ତା ଥିଲେ ଟି ପୁରି

ସମସ୍ତଙ୍କୁ ସେ ଖାଇଲା ନଥିଲା ଛାଡି।

ରୂପ ତାର ନ ଥିଲା ଟି ଅଟେ ଅରୂପ

କୋକୁଆ ପରି ତାହାର ବିଶାଳ ବକ୍ଷ।

ଥଣ୍ଡା କାଶ ଛିଙ୍କ ଜର ନେଇ ପ୍ରବେଶ


କରିଚାଲିଲା ସେ ତାର ଦମନ ଲୀଳା

ବୈଜ୍ଞାନିକ ଡାକ୍ତରଙ୍କ ବୁଦ୍ଧି ହଜିଲା।

ସର୍ବେ ଏକାକାର ହେଲେ ବୁଡିଲା ଭେଳା।

ସରକାରଙ୍କର ବୁଦ୍ଧି ପାଇଲା ନାହିଁ

ଯିଏ ଯେଉଁଠାରେ ଥିଲେ ରହିଲେ ସେହି।

ଲୋକ ମରିଗଲେ ପୋକ ମାଛି ଟି ହୋଇ।

ରାସ୍ତାଘାଟ ହୋଇଲା ଜନଶୂନ୍ୟ

କାହାର ରହିଲା ନାହିଁ ଚିହ୍ନଭିହ୍ନ।

ଏକାକାରେ ଡାକିଲେ ରଖ ନାରାୟଣ।

ବିଦ୍ୟାଳୟମାନଙ୍କରେ ଝୁଲିଲା ତାଲା

ମନ୍ଦିରରେ ଭକ୍ତଙ୍କର ଶୂନ୍ୟ ହୋଇଲା।

ଦିଅଁ ଦେବତା ଲୁଚିଲେ ତାହାକୁ ପରା।

ଜୀବନ ଜୀବିକା ସବୁ ଗଲା ଉଜୁଡି

କରୋନା କରିଲା ବିଶ୍ୱରେ ରାସକେଳି

ଘରେ ବସି ସର୍ବେ ହେଉଅଛନ୍ତି ଭାଳି।

ସଭିଙ୍କର ମୁହଁରେ ହେ ଲାଗିଲା ପଟି।

ଘର ଦୁଆର ମୁହଁରେ ପଡିଲା ପଟି।

କିଏ କାହାକୁ କହିବ ତାର ଦୁଃଖଟି।


ବାପାବୋଉ ମଲେ ପୁଅ ନ ଦେଲା ନିଆଁ।

ଘର କଣେ କାନ୍ଦୁଛି ବାଡୁଅ କନିଆଁ।

କରୋନା ବିଷରେ ସାରା ଦୁନିଆଁ।

କୋଡିଏ ମସିହା ଢାଳିଯାଇଛି ବିଷ।

ତାର ବିଷରେ ଜଳୁଛି ସମଗ୍ର ବିଶ୍ୱ।

ଗୋଟିଏ ସ୍ବରରେ ନାରାୟଣଙ୍କୁ ଡାକ

ତାର ବିଷଜ୍ୱାଳାରୁ ପାଇବା ମୁକ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy