ଜହ୍ନମାମୁଁ
ଜହ୍ନମାମୁଁ
ବୋଉଙ୍କର ଭାଇ ନୁହଁନ୍ତି ସେହି ଜଗତ ଜନଙ୍କ ମାମୁଁ ଅଟଇ
ସୂର୍ଯ୍ୟ ପରିବାରେ ସ୍ଥାନ ପାଇଛି ଉପଗ୍ରହ ବୋଲି ବିଜ୍ଞାନେ ଅଛି।
କେତେ ଯେ କାହାଣୀ ରହିଅଛି ପୁଣି ଆହେ ପ୍ରଭୁ ନିଶାକର
ଶୀତଳ କିରଣ ବିକିରିଣ କରି ଧରାକୁ କର ସୁନ୍ଦର।
ତୁମକୁ ଦେଖିଲେ କୁମୁଦିନୀ ହସେ ତୁମେ ତା ପରାଣ ଧନ
କୁଆଁରୀ କନିଆଁ ଆରାଧନା କରେ
ତୁମ ପରି ଖୋଜେ ବର।
ସଦାଶିବ ଶିରେ ଶୋଭା ପାଉଅଛ
ଶିବଙ୍କୁ କଲ ଶୀତଳ
ଜଗତ ଜନଙ୍କ ମାମୁଁ କାଳେକାଳେ ଭ୍ରାତା ମା ଲକ୍ଷ୍ମୀଙ୍କର।
କବିର ଲିଖନୀ ମୁନରେ ରହିଛ ତୁମକୁ କରେ ବର୍ଣ୍ଣନା
ପ୍ରାଣ ପ୍ରିୟା ସଖୀ ରୂପ ଲାବଣ୍ୟରେ ତୁମକୁ ଦିଏ ଉପମା।
ପୁନେଇଁ ରାତିରେ କେଡେ ମନୋହର
ତଥାପି ଅଛି କଳଙ୍କ
ଉପଗ୍ରହ ତୁମେ ଆମ ପୃଥିବୀର ବିଜ୍ଞାନ ଦେଉଛି ମତ।
ତଥାପି ଜଗତ ଜହ୍ନମାମୁଁ ବୋଲି କରୁଛନ୍ତି ପୂଜାର୍ଚ୍ଚନା
ଯେ ଯେତେ ସୁନ୍ଦର ହୋଇଲେ ଜଗତେ କଳଙ୍କର ନାହିଁ ସୀମା।
