STORYMIRROR

janaranjan pradhan

Inspirational

3  

janaranjan pradhan

Inspirational

ଜହ୍ନମାମୁଁ

ଜହ୍ନମାମୁଁ

1 min
253


ବୋଉଙ୍କର ଭାଇ ନୁହଁନ୍ତି ସେହି ଜଗତ ଜନଙ୍କ ମାମୁଁ ଅଟଇ

ସୂର୍ଯ୍ୟ ପରିବାରେ ସ୍ଥାନ ପାଇଛି ଉପଗ୍ରହ ବୋଲି ବିଜ୍ଞାନେ ଅଛି।


କେତେ ଯେ କାହାଣୀ ରହିଅଛି ପୁଣି ଆହେ ପ୍ରଭୁ ନିଶାକର

ଶୀତଳ କିରଣ ବିକିରିଣ କରି ଧରାକୁ କର ସୁନ୍ଦର।


ତୁମକୁ ଦେଖିଲେ କୁମୁଦିନୀ ହସେ ତୁମେ ତା ପରାଣ ଧନ

କୁଆଁରୀ କନିଆଁ ଆରାଧନା କରେ

ତୁମ ପରି ଖୋଜେ ବର।


ସଦାଶିବ ଶିରେ ଶୋଭା ପାଉଅଛ

ଶିବଙ୍କୁ କଲ ଶୀତଳ

ଜଗତ ଜନଙ୍କ ମାମୁଁ କାଳେକାଳେ ଭ୍ରାତା ମା ଲକ୍ଷ୍ମୀଙ୍କର।


କବିର ଲିଖନୀ ମୁନରେ ରହିଛ ତୁମକୁ କରେ ବର୍ଣ୍ଣନା

ପ୍ରାଣ ପ୍ରିୟା ସଖୀ ରୂପ ଲାବଣ୍ୟରେ ତୁମକୁ ଦିଏ ଉପମା।


ପୁନେଇଁ ରାତିରେ କେଡେ ମନୋହର

ତଥାପି ଅଛି କଳଙ୍କ

ଉପଗ୍ରହ ତୁମେ ଆମ ପୃଥିବୀର ବିଜ୍ଞାନ ଦେଉଛି ମତ।


ତଥାପି ଜଗତ ଜହ୍ନମାମୁଁ ବୋଲି କରୁଛନ୍ତି ପୂଜାର୍ଚ୍ଚନା

ଯେ ଯେତେ ସୁନ୍ଦର ହୋଇଲେ ଜଗତେ କଳଙ୍କର ନାହିଁ ସୀମା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational