STORYMIRROR

SUKANTA KUMAR NAYAK

Fantasy

4  

SUKANTA KUMAR NAYAK

Fantasy

ସମ୍ପର୍କ

ସମ୍ପର୍କ

1 min
239


ଦୁଇଟି ହୃଦୟ 

ଖୋଜି ବୁଲୁଥାଇ 

     ଅତୀତର କିଛି ପରସ, 

ତୋହରି ପ୍ରୀତିରେ 

ଗଢି ତୋଳିହୁଏ 

      ଆଗାମୀ ଦିନର ଭବିଷ୍ୟ

ସ୍ନେହ କିନ୍ତୁ ତୋର 

ନିଶା ହୋଇଯାଉ 

      ରହିଛି ରହିବି ସେଥିରେ, 

ମମତା ତୋ ପାଇଁ 

ହେଲେ ହେଁ ପିୟୁଷ 

      ଛନ୍ଦି ତୋଳୁଥିବୁ ଛାତିରେ

ସୁଖରେ ଅଧୀର 

ଦୁଃଖରେ କାତର 

       ଦେଖି ହୁଏନାହିଁ ତୋ ଠାରେ, 

ବିରହ ବେଦନା 

ତାହା ଠାରୁ ବଳି 

      ଶାନ୍ତି ପାଉ ସଦା ପ୍ରେମରେ

ମାନ ଅଭିମାନ 

ବିରହ ବା ପ୍ରେମ 

      ଏକ ନଈର ତୁ ଦି' ଧାର, 

ସ୍ନେହ କି ମମତା 

ସବୁ ହିଁ ତୋ ଠାରେ 

       ତେଣୁ 'ସମ୍ପର୍କ ' ନାଁ ତୋର

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SUKANTA KUMAR NAYAK

Similar oriya poem from Fantasy