ମୋ ପ୍ରେମିକା କବି
ମୋ ପ୍ରେମିକା କବି
ପ୍ରେମ କରି ବସିଛି ତାକୁ, ସେ ବି ମୋତେ ଭଲ ପାଉଛି,
କାଶତଣ୍ଡି ଘାସ ମଝିରେ, ତ୍ରିବେଣୀ ଘାଟରେ ଡାକିଛି ।
ସେ ତ ଜଣେ ମୃଗ ନୟନୀ, ତା ଆଖିରେ ଦେଖିଲେ ନିଶା,
କେଶ ତାର କଳା ବାଦଲ, ଖୋଲି ଦେଲେ ହୁଏ ବରଷା,
କାଶତଣ୍ଡି ଫୁଲ ପରିକା, ମୋତେ ଦେଖି ନାଚି ଉଠୁଛି ।
ଓଠ ତାର ଗୋଲାପ କଢ଼, ହସ ତାର ମୁକୁତା ଝରା,
ଦେହ ତାର ପାନର ଲତା, ମନ ତାର ଦେହଟା ସାରା,
ଅଙ୍କା ବଙ୍କା ପାଦ ଥାପିକା, ନଈ ପରି ଚାଲି ଯାଉଛି ।
ସବୁ ଗୁଣ ଯାହା ପାଖରେ, ସେ କେବଳ ମୋ ପ୍ରେମିକା,
ଯାହା ପାଇଁ ବଞ୍ଚିଛି ମୁହିଁ, ସେ ତ ଅଟେ ମୋ କବିତା,
ମୁଁ କାନ୍ଦିଲେ କାନ୍ଦି ଦେଉଛି, ମୁଁ ହସିଲେ ହସି ଉଠୁଛି ।