Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanghamitra kabi Ranu

Fantasy

4  

Sanghamitra kabi Ranu

Fantasy

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
223



ସମ୍ପର୍କ ହେଵତ ନୟନ ପରିକା

ପାଟିପରି ଜମାନୁହଁ !

ଜଣକ କାନ୍ଦିଲେ ଆନର ଆଖିରୁ

ବହିଯାଉଥାଏ ଲୁହ !! 1


ତା ସୁଖରେ ସୁଖୀ ତା ଦୁଃଖରେ ଦୁଃଖୀ

ଦୁହେଁତ ଗୋଟେ ଜୀବନ !

ଜଣଙ୍କର ବିନା ଆଉଜଣେ ଚୁନା

କର୍ମେ ନଲାଗଇ ମନ !! 2


କଥାରେ ହେଉକି କର୍ମରେ ତାଙ୍କର

ନାହିଁତ ବାଛ ବିଚାର !

ତାକୁ ଯେଉଁକଥା ଲାଗଇ ସରସ

ସେଇଭାବ ମଧ୍ୟ ଆର !! 3


ଦୁହେଁ ଦୁହିଁଙ୍କଠୁ ଅଲଗା ହେଲେବି

ନାହିଁତ ଅଲଗା ଭାବ !

ଦୁହିଁଙ୍କର ମନ ଏକାଠି ହୋଇଲେ

ହୁଅଇ ସବୁ ସମ୍ଭବ !! 4


ସମ୍ପର୍କ ଗଢିବା ନୁହଁଇ କଠିନ

ନୁହେଁ ଅତି କଷ୍ଟସାଧ୍ୟ !

ମର୍ଯ୍ୟାଦା ରଖିବା ଜାଣିବା ତାରଟି

ସେହିଟି ପ୍ରକୃତ କାର୍ଯ୍ୟ !! 5


ପ୍ରକୃତ ସମ୍ପର୍କ ଗଢିବା ପାଇଁକି

ପ୍ରୟୋଜନ ନାହିଁ ଧନ !

ସମ୍ପର୍କ ହୁଅଇ ଦୀର୍ଘସ୍ଥାୟୀ ପୁଣି

ଥିଲେଟି ସୁଦୃଢମନ !! 6


ଫୋନରେ ଆମ୍ଭର ସହସହ ବନ୍ଧୁ

କାର୍ଯ୍ୟସ୍ଥଳେ ଦେଖାନାହିଁ !

ବିପଦରେ ଯିଏ ସାହାହୁଏ ଆସି

ପ୍ରକୃତ ସମ୍ପର୍କସେହି !! 7


କର୍ଣ୍ଣକୁ ସୁଭଇ କ୍ଷୁଦ୍ରଶବ୍ଦ ଟିଏ

ନାମଟି ତାର ସମ୍ପର୍କ !

ଚିର ସ୍ରୋତଶିନୀ ନଦୀଟିଏ ପରି

ବହିଚାଲେ ନିର୍ବିବାକ !!8



Rate this content
Log in

Similar oriya poem from Fantasy