ମୃତ୍ୟୁର ସନ୍ଧାନେ ପଥିକ
ମୃତ୍ୟୁର ସନ୍ଧାନେ ପଥିକ
ଆଜ୍ଞା ବିହୁନେ ତୁମ୍ଭ ମହାବାହୁ
ବୃକ୍ଷୁ କି ପତର ଝରିବ
ମରିବି ମରିବି ଯେତେ ମୁଁ କହିଲେ
ଦେହୁ କି ଜୀବନ ଛାଡ଼ିବ ।
ଅଭିନୟ ପାଇଁ ପେଶିଛ ଏଠାକୁ
ନିର୍ଧାରି କିଛିଟା ମୁହୂର୍ତ
ମୁହୂର୍ତକ ଶେଷ ନହେଉନୁ ମୋତେ
କେମିତି କରିବ ବିରତ ।
ଗଢିବା ଭାଙ୍ଗିବ ସବୁ ତୁମହାତେ
ଆମେତ ମାତ୍ର ଉପାଦାନ
ମୃତ୍ୟୁ ପଥଗାମୀ ହେବାକୁ ଚାହେଁ ମୁଁ
ବାଞ୍ଛା ମୋ କର ଶୀଘ୍ର ପୂର୍ଣ୍ଣ ।
ଅବାସ୍ତବ ଏଠି ଲାଗେ ସବୁକିଛି
ଜୀବନେ ନାହିଁ ମୋର ମୂଲ୍ୟ
ଜଗଦିଶ ତୁମ ଚରଣ କିଙ୍କର
ହେବିକି ମୁହିଁ ତାର ତୁଲ୍ୟ ।
ଜୀବନ ଏ ମୋର ଲାଗୁଛି ନିସ୍ଵର
ଲାଗୁଛି ପୁଣିଟି ନିଃସଙ୍ଗ
ନେଇଯାଅ ଆସି ମୋ ପାପି ଆତ୍ମାକୁ
କରିଣ ତୁମ ଧ୍ୟାନ ଭଙ୍ଗ ।