ଗୋଲାପ ଶେଯରେ ଶୋଇଗଲେ !
ଗୋଲାପ ଶେଯରେ ଶୋଇଗଲେ !
ଗୋଲାପ ଶେଯରେ ଶୋଇ ଗଲେ
ସେ କଣ ସୁଖୀ ହୁଏ ,
ଗୋଲାପ ବାସକୁ ଶୁଙ୍ଘିବାକୁ ଯେବେ ଯାଏ ,
ଗୋଲାପ ଦେହରେ କଣ୍ଟାର ବାସ ବାସ୍ତବରେ କି ଭୁଲିହୁଏ,
ତଥାପି ଖିଆଲି ମନକୁ ହସେଇବାକୁ ଅଯତ୍ନେ ଗୋଲାପକୁ ଧରିଦିଏ ।। ୧
କରିବାକୁ ଯାଇ ବାସର ଆଦର ,
ସେ କଣ୍ଟକିତ ଗୋଲାପ ଯେ ସ୍ମାରକ ପ୍ରେମର ,
ଦେହେ କଣ୍ଟାକୁ ସଜେଇ କେତେ ଯେ ବହପ ତାର ,
ମାଡି ବସିଚି ସେ ଗାଦି ପ୍ରେମର ପହିଲି ଉପହାରର ।। ୨
କରିଛି ସେ କେତେଙ୍କୁ କ୍ଷତାକ୍ତ ,
ଦେଇ ଦେହେ ତା କଣ୍ଟାର ଆଘାତ ,
ପୁଣି ଦେଇଛି କେତେ ମଧୁର ମୁହୂର୍ତ୍ତ ,
ମିଠା ମିଠା ଅନେକ ଅନୁଭୂତିରେ କରେଇଛି ଅନୁଭୂତ ।।୩
ଯେପରି ଛାଇ ଆଲୁଆର ଖେଳ ଏ ସଂସାର ,
ବାସ ଏଠି ସ୍ଥାନ ଫାଳେ ହସ ଫାଳେ ଲୁହର ,
କଣ୍ଟା ସିନା ଚିର ଗୋଲାପର ସହଚର ,
ତଥାପି ସୁଗନ୍ଧ ପାଇଁ ସେ ଅଛି ରହିବ ସାକ୍ଷୀ ବାସ ରାତିର ।।୪