STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ସୁନ୍ଦର ନବ ଯଉବନ

ସୁନ୍ଦର ନବ ଯଉବନ

1 min
181

ଆହା କି ସୁନ୍ଦର ନବ ଯଉବନ

ଦେବୁରେ କାଳିଆ ତୋର ଦରଶନ

ସତେ କି ଏ ଜୀବ ଯିବ 

ତୋର ଧାମରେ ଲାଗିବ

ଧନ୍ୟ ହେବ ମୋର ମାନବ ଜୀବନ

ଆହା କି ସୁନ୍ଦର ନବ ଯଉବନ.....


କେତେ ପୂଣ୍ୟ ବଳେ ନେଇଛି ଜନମ

ତୋର ସେବା ହେଉ ମୋହର କରମ

ସଂସାର ମାୟାରେ ନ ବାନ୍ଧିବୁ ମୋତେ

ସାଥି ହୋଇ ରହିଥିବୁ ଭଜିବି ତୋତେ

ଭାବରେ କରିବି ତୋର ଗୁଣ ଗାନ

ଆହା କି ସୁନ୍ଦର ନବ ଯଉବନ....


ବିଷୟା ଠାରୁ ମୋତେ ଦୁରେଇ ଦେବୁ

ତୋର ଲୀଳାକୁ ନିତି ଶୁଣାଉଥିବୁ

ସାରଥୀ ହେବୁ ତୁ ଜୀବନ ରଥରେ

ବାଟ ଦେଖାଇବୁ ରହି ତୁ ଆଗରେ

ତୁଣ୍ଡରେ ଜପିବି ନାମ ସବୁ ଦିନ

ଆହା କି ସୁନ୍ଦର ନବ ଯଉବନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy