STORYMIRROR

Pranati Mahapatra

Classics Fantasy

4  

Pranati Mahapatra

Classics Fantasy

ମୋ ପ୍ରିୟତମା

ମୋ ପ୍ରିୟତମା

1 min
258


 ମୁଁ ଦେଖିଛି, ବୁଝିଛି, ଆଉ କିଛି ଅନୁଭବ କରିଛି

 ଦେଖିଛି ତୁମ ପିଠିରେ ବେକରେ, ଗାଲରେ ହୋଇଥିବା ଆମ୍ପୁଡା,କାମୁଡାର କ୍ଷତାକ୍ତ ଭିତରେ

 ଅସହାୟ ବାପା, ମାଆ, ଭାଇଭଉଣୀଙ୍କର ଭୋକର ଭୂଗୋଳକୁ ,

ତଥାପି ନିର୍ବିକାର ତୁମେ ମୋ ପ୍ରିୟତମା ।


ବୁଝିଛି, 

ମନଦେଇ,ହୃଦୟ ଦେଇ ଭଲ ପାଉଥିବା ତୁମର ସେ

ମନ ଭିତରେ ମୋ ପାଇଁ ସଂରକ୍ଷିତ ସ୍ଥାନ ଏବେବି ଶୂନ୍ୟ,

ତଥାପି ଅଭିମାନ, କିମ୍ବା ଅଭିଯୋଗରେ ନୁହେଁ

 ପ୍ରତାରଣା କିମ୍ବା ପ୍ରତିଶୋଧରେ ନୁହେଁ।

 ପରିସ୍ଥିତିର ଦାସତ୍ୱ ସ୍ୱୀକାର କରି

 ଅନନ୍ୟୋପାୟ ଅନ୍ଧାର ଗଳିର ମୃଗଣୀ ପରି

 ମିଛ ବାହାନା କରି ଗଳିର ବାସିନ୍ଦା ହୋଇଯାଇଛ,

 ପରିଚୟହୀନାର ଆଖ୍ୟାୟିତାରେ।


 ଅନୁଭବ କରିଛି,

ଅନୁଭବ କରିଛି, ନିଜ ଅନିଛାରେ

 ବାରବୁଲାଙ୍କ ଶୀକାର ନହୋଇ,ବରଂ

 ରୂପ ରାଇଜର ରାଜକୁମାର ସାଥେ ସୁନେଲି ଆକାଶରେ ପକ୍ଷୀରାଜ ଘୋଡାରେ ବସି ମନଖୋଲି ଉଡିବାକୁ,

ରାଜାର ରାଣୀ ହୋଇ ସତୀତ୍ଵର ପବିତ୍ର ସିନ୍ଦୂର ସୀମନ୍ତରେ ପିନ୍ଧି ଏକ ପତିବ୍ରତ ପାଳନ କରିବାକୁ।ଭୋକରେ ତାଡନାରେ, ଅସହାୟ ଜର୍ଜରିତ, 

ନିରୁପାୟ ସରଳା ପଣରେ ହୋଇଚାଲିଛ

 ଶୋଷିତ,ନିର୍ଯ୍ୟାତିତା

 ରାତିର ରଙ୍ଗୀନ ଆଲୋକର ବାରବଣିକର ସଉଦା ତୁମେ ରୂପସୀ ଗଣିକା। 


ତଥାପି ନିର୍ବିକାର ତୁମେ ମୋ ପ୍ରିୟତମା ।

କଂସାଏ ପଖାଳ, ଖଣ୍ଡେ ଖୋର୍ଦ୍ଧାଶାଢ଼ୀ କି ଖଣ୍ଡେ ଗାମୁଛାର ଲୋଭରେ,

ଟିପେ ଲୁଣ,ଖଣ୍ଡେ କଞ୍ଚାଲଙ୍କା, ଫେଡାଏ ଆମ୍ବୁଲ ଆଉ ମୁଣ୍ଡ ଉପର ନଡା ଛପର ପାଇଁ ବାର ଭୋଗ୍ୟର ବସ୍ତୁ, 

ଦରକାର ସରିବାପରେ ଯିଏ ଅଳିଆ ଗଦାକୁ ଶେଷ ଆଶ୍ରୟ କରେ,

ଅଦରକାରୀ ,କୁରୂପୀ,ଗଦାଗଦା ଅଜଣା ରୋଗର ଶିକାର ହୁଏ,

ତୁମେ ସେହି ଗଣିକା ମୋ ପ୍ରିୟତମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics