STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

କରିଛି ଆସରା ମୁକତି ପସରା

କରିଛି ଆସରା ମୁକତି ପସରା

1 min
224


ଦେହ ପୁଷ୍କରିଣୀ ହୃଦୟ ପଦ୍ମରେ ବିରାଜିତ ଜଗନ୍ନାଥ

ପ୍ରାଣ ପବନରେ ଖେଳଇ ଅଧୀରେ ଗାଇ ଗାଇ ତୁମ ଗୀତ

ଭକତି ସୁରଭି ସୁରଭିତ ହୋଇ ମନକୁ କରିଛି ସ୍ଥିର

ତେଣୁ ତୁମର ସେ ଅଭୟ ପଦରେ ଲିନହେବା ଆଶା ମୋର ।


ମନ ଉପବନେ ଫୁଟେ ନାନାଜାତି ରଙ୍ଗ ବେରଙ୍ଗର ଫୁଲ

ସେଫୁଲେ ଗୁନ୍ଥିଛି ଗଜରା ହାର ହେ ସରି ଆସିଲାଣି ବେଳ

ବେଳ ଥାଉ ଥାଉ ଆସିବ ମୋପୁରେ ଦେଖାଦେବ ମହାବାହୁ

ପିନ୍ଧାଇବି ସେହି ଗୁନ୍ଥା ଗଜରାକୁ ଏତିକି ଆଜ୍ଞା ହେଉ ।


ଜୀବନ ନାଟକ ରଙ୍ଗମଞ୍ଚେ ରଙ୍ଗ ମାଖି ହୋଇ କେତେ ବେଶେ

ଦୃଶ୍ୟ ପରେ ଦୃଶ୍ୟ ସଫଳାଭିନୟେ ଉପନିତ ଶେଷ ଦୃଶ୍ୟେ

ଯବନିକା ପାତ ପୂର୍ବରୁ ଥରେ ହେ ଅଦୃଷ୍ଟ ନିର୍ଦ୍ଦେଶକ

ଦେଖାଦେବ ବୋଲି ଆଶା ରଖିଅଛି ଜୀବନେ ବିଶ୍ଵ ପାବକ ।


ପାଣି ଫୋଟକାର ଜୀବନ କ୍ଷଣିକ ଏବେ ଅଛି ଏବେ ନାହିଁ

ରକତ ମାଉଁସ ହାଡ଼ ଉପରେ ୟେ ଚର୍ମ ଘେରା ଦେହ ନେଇ

ବଡେଇ ଅଢେଇ ଦିନକୁ ତୁଛାକୁ ଦିଅ ଦିବ୍ୟ ଜ୍ଞାନ ଥରେ

ମୁକତି ପସରା କରିଛି ଆସରା ତୁମରି ରଙ୍ଗା ପୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy