STORYMIRROR

Pramod Pradhan

Romance

3  

Pramod Pradhan

Romance

ବର୍ଷା ଶ୍ରାବଣର

ବର୍ଷା ଶ୍ରାବଣର

1 min
27K


ବର୍ଷା ଶ୍ରାବଣର

 

ପ୍ରମୋଦ ପ୍ରଧାନ

 

ଶ୍ରାବଣର ବତାସ ଆଉ ବର୍ଷାବୁନ୍ଦା

ଆଲୋକ ବିହୀନ ଅଙ୍କାବଙ୍କା ରାସ୍ତାରେ

ପାଣିର ଝରଝର ଜୁଆର

ମଧ୍ୟେ........

ମାଡ଼ିଚାଲେ ଅମାନିଆ ହୋଇ

ନଥାଏ ବର୍ଷାତି, ଛତା କିମ୍ବା ଛାତ

ଖାଲି ଥାଏ ଯାହା

ତୁମର ଅଦୃଶ୍ୟ ସ୍ପର୍ଶ

ନିଃଶ୍ୱାସ-ପ୍ରଶ୍ୱାସ

ସ୍ୱପ୍ନର ଶ୍ୟାମଳ ରଙ୍ଗ

ପ୍ରକମ୍ପିତ ଓଠର ଆହ୍ୱାନ

ବିଗତ ଚୁମ୍ବନର ଦହନ ।

 

ସତରେ ତୁମେ କ’ଣ ବସିଥିବ

କାହାକୁ ଅନେଇ.... କବାଟ ମେଲେଇ

ନା........

ଭଙ୍ଗା ପରାଣ ନେଇ ପଣତରେ

ପୋଛୁଥିବ ବତାସର ବଳକା ଲୁହ ?

 

ଆସ ! ବର୍ଷାରେ ଭିଜିଯିବା

ଭିଜିଭିଜି ମଜ୍ଜିଯିବା

ହଜିଯିବା........

ବର୍ଷା ଭିଜା ଖସରା ରାସ୍ତାରେ ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in

Similar oriya poem from Romance