Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Pradhan

Romance

3  

Pramod Pradhan

Romance

ବର୍ଷା ଶ୍ରାବଣର

ବର୍ଷା ଶ୍ରାବଣର

1 min
13.6K


ବର୍ଷା ଶ୍ରାବଣର

 

ପ୍ରମୋଦ ପ୍ରଧାନ

 

ଶ୍ରାବଣର ବତାସ ଆଉ ବର୍ଷାବୁନ୍ଦା

ଆଲୋକ ବିହୀନ ଅଙ୍କାବଙ୍କା ରାସ୍ତାରେ

ପାଣିର ଝରଝର ଜୁଆର

ମଧ୍ୟେ........

ମାଡ଼ିଚାଲେ ଅମାନିଆ ହୋଇ

ନଥାଏ ବର୍ଷାତି, ଛତା କିମ୍ବା ଛାତ

ଖାଲି ଥାଏ ଯାହା

ତୁମର ଅଦୃଶ୍ୟ ସ୍ପର୍ଶ

ନିଃଶ୍ୱାସ-ପ୍ରଶ୍ୱାସ

ସ୍ୱପ୍ନର ଶ୍ୟାମଳ ରଙ୍ଗ

ପ୍ରକମ୍ପିତ ଓଠର ଆହ୍ୱାନ

ବିଗତ ଚୁମ୍ବନର ଦହନ ।

 

ସତରେ ତୁମେ କ’ଣ ବସିଥିବ

କାହାକୁ ଅନେଇ.... କବାଟ ମେଲେଇ

ନା........

ଭଙ୍ଗା ପରାଣ ନେଇ ପଣତରେ

ପୋଛୁଥିବ ବତାସର ବଳକା ଲୁହ ?

 

ଆସ ! ବର୍ଷାରେ ଭିଜିଯିବା

ଭିଜିଭିଜି ମଜ୍ଜିଯିବା

ହଜିଯିବା........

ବର୍ଷା ଭିଜା ଖସରା ରାସ୍ତାରେ ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in

Similar oriya poem from Romance