Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Pradhan

Others

3  

Pramod Pradhan

Others

ମୋହିନୀ ମନ୍ତ୍ର

ମୋହିନୀ ମନ୍ତ୍ର

1 min
13.4K


ମୋହିନୀ ମନ୍ତ୍ର

 

ପ୍ରମୋଦ ପ୍ରଧାନ

 

ମନ ଛେଉଣ୍ଡ ମୁର୍ଦାରକୁ କେତେଦିନ

ଆଉ ଟାଣିବୁରେ ମଦନା

ମାନ ମହତକୁ ସବୁ କିତାକିତା କରି

କମଣ୍ଡଳୁରେ ଭର୍ତ୍ତି କର

ମୁଖସ୍ତ କର ଏବେ ମୋହିନୀ ମନ୍ତ୍ର ।

 

ଶିଖିଯା ତୁ ସହଳ ସହଳ ଗାଲୁଆଙ୍କ

ବାରବାଟୀ ଚାଷ ଉପାଖ୍ୟାନ

ବାଙ୍କଚାହାଣୀର କେତେ ଯେ

କରାମତି ଜାଣିଚୁ ନା ନାହିଁ ?

ନିଛାଟିଆ ଖରାବେଳେ ଏକାଏକା

ଅଭ୍ୟାସ କରୁଥା ତୁ ଆଖି ମାରିବା ।

 

ଶିମିଳି ତୁଳା ଉଡୁଥିବା

ଦେଖିଚୁ କି ?

ସେମିତିକା ଉଡ଼ୋଉଥା ମନକୁ

ଧୋବଧାବଲିଆ କୁର୍ତ୍ତା ପାଇଜାମା

ହଳେ କିଣି ଆଣେ ବାକିରେ

ପିନ୍ଧି ଛିଡ଼ା ହେଇଯା ତୁ ଯମୁନା କୂଳ

କଦମ୍ବ ମୂଳେ ମୋହନ ବେଶରେ ।

 

ବାସ୍... ଏବେ ବଜା ମୁରଲୀ

ଉଚ୍ଚାରଣ କର ମୋହିନୀ ମନ୍ତ୍ରକୁ

ସବୁ ଏଠି ସମ୍ଭବରେ ମଦନା

ଖାଲି ଯଦି ତୁ...

ଟିକେ ଧ୍ୟାନ ଦେବୁରେ

ନିମିଷକେ ନର୍କ ବି ଆଖି ମାରୁଥିବ

ଆଉ ତୁ ପହଁରୁଥିବୁ ଡେଣା ବିସ୍ତାରି ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in