STORYMIRROR

Pramod Pradhan

Others

4  

Pramod Pradhan

Others

ସ୍ୱାଭିମାନ

ସ୍ୱାଭିମାନ

1 min
27.3K


ସ୍ୱାଭିମାନ

 

ପ୍ରମୋଦ ପ୍ରଧାନ

 

ସମୟର ଚକ୍ରବାତରେ

ଯଦି କିଏ କେବେ

ଦେଇଦେଲା ତୁମକୁ ପେଷି,

ଚିନ୍ତା କରନି,

ଆକାଶକୁ ଚାହିଁ ଦିଅ ଟିକେ ହସି ।

 

ଏମିତି ଘଟେ ବାରବାର, ବହୁବାର,

ବିଶ୍ୱାସର ତତଲା ହାଣ୍ଡିରେ

ଭାତ ଫୁଟିଲାପରେ

ଅବିଶ୍ୱାସର ପେଜକୁ ନିଗାଡ଼ି,

ମାଟିର ମଲାଟ ଖୋଲି

ତାକୁ କବର ଦିଅ,

ଜୀବନ୍ୟାସ ଦିଅ ଗୋଟେ ନୂଆ ସକାଳକୁ,

ଯେଉଁଠି ଉଡୁଥିବେ ପ୍ରଜାପତିମାନେ

ସାବଲୀଳ କବିତାର ମାଳ ପିନ୍ଧି,

ଏହା ତୁମର ସାର୍ବଭୌମତ୍ୱ !

 

ଶବ୍ଦର ଚାତୁରୀକୁ ପରଖ,

ଭାବନାର ମଖମଲି ଗଣ୍ଠିରେ,

ଗଣ୍ଠିଲିରେ ବାନ୍ଧିଦିଅ

ଅରୁଚିକର ଶବ୍ଦଙ୍କ ଚାତୁରୀକୁ,

କାହା ଚକ୍ରବ୍ୟୁହକୁ ଖାତିର ନକରି

ଉଜ୍ଜୀବିତ କର ନିଜର ବୁଦ୍ଧି-ବିବେକ,

ପ୍ରଶମିତ କର ଅଭିମାନକୁ,

ନିଃଶ୍ୱାସର ମୁଣ୍ଡ ଟେକି

ଚାଲୁଥାଉ ଅହରହ ସ୍ୱାଭିମାନ ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍