ରକ୍ତଦାନ
ରକ୍ତଦାନ
1 min
13.6K
ରକ୍ତଦାନ
ପ୍ରମୋଦ ପ୍ରଧାନ
ସ୍ରଷ୍ଟାଙ୍କ ସୃଷ୍ଟିରେ ଢଳଢଳ
ଡହଳବିକଳ କେତେ ଯେ
ଆୟୁଷ କିଆରି
ଜିଇଁବାର ଅନ୍ତରାଳେ...
ଜୀବନ ତ ଚର୍ମ-ହାଡ଼-ମାଂସ-ଶିରା-ପ୍ରଶିରା
ପୋଷପୋଷ ରକ୍ତରେ ତିଆରି ।
ପ୍ରାଣୀ ମାତ୍ରେ ରକ୍ତ ପାଇଁ
ସଦା ଯେ ବାଉଳା
ବିନା ରକ୍ତେ ଅସମ୍ଭବ ପ୍ରାୟ ଲାଗେ ଏଇ
ଆମ ପ୍ରାଣର ପିତୁଳା ।
ଦୁଃଖଦ ପରିଣତି ନୁହେଁ ମହତ’ର
ଶେଷ ଚିହ୍ନ...
ଗଢ଼ିବାକୁ ଗୋଟେ ନୂଆ ସକାଳକୁ
ସମୟର ଦୋଛକିରେ ଜୀବନକୁ ଯୋଡ଼ିଦିଏ
ବୁନ୍ଦାବୁନ୍ଦା ରକ୍ତଦାନ ।
ଆସ ଆମେ ସବୁ ମିଶିଯିବା
ହାତରେ ହାତ ଥାପି ହୃଦୟକୁ ଚୁମିଚୁମି
ନେବା ବଜ୍ରଶପଥ
ସମ୍ପର୍କର ଅନ୍ତରାଳେ...
ରକ୍ତଦାନ ମହାପୁଣ୍ୟ ତିଳେ ମାତ୍ର
ହେବାନି ବିପଥେ ବିବ୍ରତ ।
ଫ୍ରେଣ୍ଡସ୍ କଲୋନୀ, କଟକ
ଫୋନ : ୯୪୩୭୧୮୨୭୮୫
*****