STORYMIRROR

Pramod Pradhan

Romance

3  

Pramod Pradhan

Romance

ନାରୀ... ସେ ତ ନିଃଶ୍ୱାସର ଡୋରି

ନାରୀ... ସେ ତ ନିଃଶ୍ୱାସର ଡୋରି

1 min
12.8K


ନାରୀ... ସେ ତ ନିଃଶ୍ୱାସର ଡୋରି

 

ପ୍ରମୋଦ ପ୍ରଧାନ

 

ନାରୀ ଈଶ୍ୱରଙ୍କ ସୃଷ୍ଟିରେ

ଅଭିନ୍ନ ସମଷ୍ଟି...

ଜିଇଁବାର ଛତ୍ରତଳେ ସେ ତ କାଳେକାଳେ

ମହାନତାର ମୌନ ଦୃଷ୍ଟି ।

 

ବୃଷ୍ଟି ହୁଏ ଯେବେ ତା’ର

ପ୍ରୀତିର କଦମ୍ବ

କି’ଅବା ମମତାର ପ୍ରତିବିମ୍ବ

ହୃଦୟର କୋଣ ଅନୁକୋଣ ଖମ୍ବରୁ ଝରେ

ଅସୁମାରି ଦମ୍ଭପଣ...

ବିଚ୍ଛୁରିତ ହୁଏ ଅଗଣିତ ମୋହ

ହସିହସି କଥା କହିପାରେ ତା’ର ଲୁହ

ଲୁହରେ ବି ତୋଳିପାରେ ସେ

ଅସରନ୍ତି ଲହୁର ବହ୍ନି କୋହ ।

 

ପ୍ରଥମ ସ୍ପର୍ଶ ସେ ଜନ୍ମର ସ୍ୱତ୍ୱଧାରୀ

ଯୌବନର ଜ୍ୟୋତ୍ସ୍ନା ଝରି

କରୁଣାର କୋମଳ କାଳଜୟୀ ପାଚେରି

ଜୀବନର ଚଲାପଥେ ମୃତ୍ୟୁର ଶେଷ ଯାଏ

ନାରୀ... ସେ ତ ନିଃଶ୍ୱାସର ଡୋରି ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance