Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Romance

3  

Abhakanta

Romance

ମୋ ପ୍ରିୟାଠାରୁ କେ' ସୁନ୍ଦର ଅଛି

ମୋ ପ୍ରିୟାଠାରୁ କେ' ସୁନ୍ଦର ଅଛି

1 min
13.3K


ମୋ ପ୍ରିୟାଠାରୁ କେ' ସୁନ୍ଦର ଅଛି

 

ଆଭାକାନ୍ତ ମହାନ୍ତି

 

ମୋ ପ୍ରିୟାଠାରୁ କେ' ସୁନ୍ଦର ଅଛି

       ଦେଖିନି ଜଗତସାରା,

ସରି ନୁହେଁ ଜହ୍ନ, ସରି ନୁହେଁ ତାରା

       ନୁହେଁ ବି ବିଜୁଳିଧାରା । ୦ ।

 

ସେ ତ ବରଷାରେ ବନ-ଝରଣା

       ସେ ତ ଅଭୁଲା ସଂଗୀତ ପୁରୁଣା,

ସ୍ନେହେ ବସନ୍ତର ମଳୟ ସୁରଭି

       ଜିଦିରେ ନିଦାଘ ଖରା । ୧ ।

 

ସେ ତ ଅଭିମାନେ ହିମ କରକା

       ସେ ତ ପ୍ରୀତିରେ ପୂର୍ଣ୍ଣିମା ଝରକା,

ବାତ୍ସଲ୍ୟେ ପ୍ରେମର ପାରାବାର ସେ ତ

       ବନ୍ଧୁତ୍ୱେ ଅମିୟ ଧାରା । ୨ ।

 

ସେ ତ କର୍ତ୍ତବ୍ୟରେ ବିନ୍ଧ୍ୟ ପର୍ବତ

       ସେ ତ ଧଇର୍ଯ୍ୟରେ ଭୀଷ୍ମ ଶପଥ,

ସେ ମୋ ଜୀବନର ପୂର୍ଣ୍ଣ ପୁଣ୍ୟତୋୟା

       ବାଂଛିତ ଅର୍ଦ୍ଧାଙ୍ଗୀ କାରା । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in