ମୋ ପିଲାଦିନ
ମୋ ପିଲାଦିନ


ମୋ ପିଲାଦିନକୁ ପୁନର୍ବାର ।।
ବରଷା ହେଲେ ଆମ ଗାଁ ଦାଣ୍ଡ
ଛୋଟିଆ ଅସମ୍ଭବ ଲାଗୁଥିଲା ।
କାଗଜର ଡଙ୍ଗାକୁ ବୋଇତ ପରି
ମୋ ହାତୁ ମେଲାଣି କେତେ ନେଉଥିଲା ।।
ସେଇ ଗାଁ ମୁଣ୍ଡ ଆମ୍ବତୋଟାରେ
ଉଦୁଉଦିଆ ଖରା ବେଳରେ ।
ମୋ ସାଙ୍ଗସାଥି ମେଳି ହୋଇ
କି ଆମ୍ବ ଚୋରି ହୁଏ ସତରେ ।।
ଗହୀର ମଝିରେ ନୂଆ ପୋଖରୀଟା
ଯେମିତି ଆମ ପାଇଁ ଖୋଳା ହୋଇଥିଲା ।
ବରଗଛ ଡାଳୁ ପୋଖରୀ ପାଣିକୁ
କି ପ୍ରକାରେ ଡିଆଁ ହେଉଥିଲା ।।
ଗାଁ ଦାଣ୍ଡରେ ସେ ଦଣ୍ଡ ନାଚ
ଦୋଳଯାତ ବି ଥିଲା ତାଠୁ ବଳିକି I
ଗମହାଁ ଡିଆଁ ଠାରୁ ଅଗିଜଳା ଯାଏଁ
ଯାନିଯାତ ଭେଲି ଭେଳିକି II
ଫେରିକି ପାଇବା ସେ ପିଲାଦିନ
ଯାହା ଚାଲିଗଲା ପଛକୁ I
ସପନ ପରି ଲାଗେ ଗାଁର ବାସନା
ଅସମ୍ଭବ ହୁଏ ସେତ ଆଜିକୁ II