ପହିଲି ଶ୍ରାବଣ
ପହିଲି ଶ୍ରାବଣ


ପହିଲି ଶ୍ରାବଣର ପହିଲି ବର୍ଷାରେ
ଭିଜିବୁନି ପ୍ରିୟା ମୋର ।
ମନେ ଡର ମୋର ସେଇ ବର୍ଷା
କାଳେ ଧୋଇଦେବ କି ପ୍ରେମ ମୋର ।
ଅକାଳେ ସକାଳେ ଭସା ବାଦଲଟା
ଯେମିତି ପଛରେ ପଡିଛି ତୁମର ।
ମେଘ ଖଣ୍ଡ ନେଇ ଘୁରି ବୁଲୁଅଛି
ଦେଖିଲେ ସତେ ସହ୍ୟ ହେଉନାହିଁ ମୋର ।
କହିଦେଲି ପ୍ରିୟା ପଦାକୁ ଯାଅନାହିଁ
ଅବୁଝା କାହିଁ ତୁମେ ଏତେ ।
ଦୁଷ୍ଟ ଶ୍ରାବଣଟା ଅନେଇ ବସିଛି
ଭିଜେଇବାକୁ ଚେଷ୍ଟା କରୁଛି କେତେ ।
ଆକାଶରୁ ଥାଇ ସବୁ ସେ ଦେଖୁଛି
ନଜର ରଖିଛି ପ୍ରିୟା ତୁମକୁ ।
ବରଷାର ତଳେତଳେ ଆକୃଷ୍ଟ କରୁଛି
ଫସେଇବା ପାଇଁ ପ୍ରେମରେ ତୁମକୁ ।
ମିଥ୍ୟା ତାର ପ୍ରେମ ମିଥ୍ୟା ପ୍ରଲୋଭନ
କରିଛି କେତେ ଯେ କାହାକୁ ।
ତୁମେ ପ୍ରିୟା ଯଦି ରଖ ମୋଠାରେ ବିଶ୍ୱାସ
ଆଉ ନଯିବ ଶ୍ରାବଣ ପାଖକୁ ।
ବରଷକେ ଥରେ ଶ୍ରାବଣ ଆସେ
ଚାଲିଯାଏ ତା ଇଚ୍ଛାରେ ।
ପ୍ରେମିକାକୁ ତାର କନ୍ଦେଇ ଦେଇକି
ପ୍ରେମକୁ ଛାଡ଼ିକି ଅଧାରେ ।