STORYMIRROR

Sriya Pattnaik

Romance

3  

Sriya Pattnaik

Romance

ଏମିତି କହିଁକି ହେଲା

ଏମିତି କହିଁକି ହେଲା

1 min
310

ଏମିତି କହିଁକି ହେଲା .....

ତୋ ମନେ ..ମୋ ମନ ....

ଘର କରିଗଲା ,

ଏମିତି କାହିଁକି ହେଲା .....୧


ଦେଖୁ ଦେଖୁ

ଦୁଇ ମନ

ଯୋଡି ହୋଇ ଗଲା ,

ଜଣା ନାହିଁ ସତେ

ଏମିତି କେବେ ହୋଇଗଲା ...୨


ପ୍ରଥମ ଦେଖାରେ

ଆଖିରେ ଆଖିରେ

ସମ୍ପର୍କର ଡୋରି ବାଂଧି ହୋଇଗଲା ,

ତୋ ଛବି ହୃଦୟେ ମୋର

ଆଂକି ହୋଇଗଲା

ଏମିତି କହିଁକି ହେଲା ..... ୩


ତୋ ପ୍ରେମ ସାଗରେ

ମୋ ମନ ନଉକା

ଭାସି ଭାସି ଗଲା ,

ଦିନ ଯାଇ ରାତି ହେଲା 

ମାସ ଯାଇ ବରଷ

ପ୍ରେମର ନିବିଡତା ଆମ

ଆହୁରି ଗଭୀର ହୋଇଗଲା ....୪


ପ୍ରେମର ରଚନା

ଦଇବ ର ଯୋଜନା

ଲାଗେ ଆମ ପାଇଁ କରିଥିଲା ,

ଆଜଣା ଦୁଇ ମନ

ଏକାଠି କରାଇ

ଆମ ପ୍ରେମକୁ ଆମର କରିଦେଲା ...୫


ଆଉ କୁହେନାହିଁ

ଏମିତି କାହିଁକି ହେଲା .....?

ଏମିତି କିପରି ହେଲା ....?

ଯାହା ବି ହେଲା

ସତରେ ଲାଗେ

ବହୁତ ଭଲ ହେଲା .....

ବହୁତ ଭଲ ହେଲା ......୬  

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance