STORYMIRROR

Rajshree Satapathy

Classics Others

3  

Rajshree Satapathy

Classics Others

ବର୍ଷା ର ଆଗମନ

ବର୍ଷା ର ଆଗମନ

1 min
212

ହୃଦୟ ପୁଲକିତ ଆଉ ଚଳଚଞ୍ଚଳ ମନ

ପ୍ରଥମ ରାତ୍ରି ର ପ୍ରଥମ ସ୍ପର୍ଶ ପରି 

ଶରୀର ରେ ଖେଳେ ଶିହରଣ

ଆକାଶରେ ଘନ କଳା ମେଘ ଖଣ୍ଡ 

ରୋଷଣି ପରି ବିଜୁଳି ର ଚମକ

ଭେଳି କି ଭେଳି ଦୁନ୍ଦୁଭି ର ଗର୍ଜନ

ସାଥିରେ ତାଳ ଦେଇ ଆକାଶ ରୁ 

ଖସି ଯାଆନ୍ତି ଜଳ ବିନ୍ଦୁ ସବୁ

ଧରଣୀ ମାଆ ର ଶୁଷ୍କ ବୁକୁରେ 

ସୃଷ୍ଟି କରିବା ପାଇଁ 

ସବୁଜିମା ର ନୂତନ ସଂସ୍କରଣ

କୁନି କୁନି ପାଦ ରେ ଅଳତା ନାଇ

ନାଲି ଟୁକୁ ଟୁକୁ ସାଧବବୋହୂଙ୍କ 

ନରମ ଓଦା ମାଟିରେ ମେଳଣ

କୁମ୍ଭାଟୁଆ, ଡାହୁକ ଆଉ ଭେକ 

ଆନନ୍ଦେ କରନ୍ତି ଶଙ୍ଖନାଦ

ସୁଲୁ ସୁଲିଆ ହେମାଳ ବାଆ ସାଙ୍ଗେ

ଧରାପୃଷ୍ଠରେ ହୁଏ ବର୍ଷାରାଣୀ ର ଆଗମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics