ମୋ ଅତୀତ
ମୋ ଅତୀତ
ଅତୀତ ସତରେ ବଡ଼ ଦୁଃଖଦାୟୀ
ମନ ରୁ ମୋ ଲିଭେ ନାହିଁ,
ଖୋଜି ମୁଁ ବୁଲୁଛି ପୁରୁଣା ସୁଖକୁ
ହେଲେ ସେ ମିଳୁଛି କାହିଁ ?
ବୟସ ପଥରେ ପାଦ ଖସିଥିଲା
ଲାଗୁଥିଲା ଧରା ସ୍ଵର୍ଗ ,
ଗାଉଥିଲ ତୁମେ ମଧୁର କଣ୍ଠ ରେ
ମୋ କାନେ ପ୍ରେମ ର ରାଗ ।
ମୃଦୁ ମଳୟ ଟା ଧୀରେ ଧିରେ ଆସି
ଦେହ ମୋର ଶିହରାଏ ,
କୁନି ହାତେ ତୁମ ଉଷୁମ ପରଶ
ମନେ ଆଜି ପଡ଼ିଯାଏ ।
ମୟୁରୀ ସାଜି ମୋ ମନ ଉପବନେ
କଲ ମୋତେ ଆନମନା,
ହୃଦୟ ମନ୍ଦିରେ ଦେବୀ ସ୍ଥାନ ଦେଇ
କରୁଥିଲି ଉପାସନା ।
ସମୟ ଗରଭେ ଲୀନ ହୋଇଗଲା
ସୁଖ ଭରା ସେଇ ଦିନ,
ବାକି ରହିଗଲା ହୃଦୟ ରେ ଖାଲି
ଗଭୀର କ୍ଷତର ଚିହ୍ନ।