STORYMIRROR

Rajshree Satapathy

Others

3  

Rajshree Satapathy

Others

ମାଆ

ମାଆ

1 min
235

ମାଆ ର ମହିମା ଜଗତେ ଅପାର

ତୁଳନା କା ' ସାଥେ ନାହିଁ,

ଜନମ ଦିଅଇ ନୂଆ ଜୀବନ ସେ

ଦୁଃଖ କଷ୍ଟସବୁ ସହି । 


ଦଶମାସ ବହି ଗରଭ ଯନ୍ତ୍ରଣା

ମୁଖ ରେ ଫୁଟାଏ ହସ,

ଜୀବନ ଯୁଦ୍ଧ ରେ ପ୍ରକୃତ ଯୋଦ୍ଧା ସେ

ସାକ୍ଷୀ ଅଟେ ଇତିହାସ ।


ମାଆ ର ମମତା ତଉଲି ହେବନି

ଅନ୍ୟ କେଉଁ ପ୍ରେମ ସାଙ୍ଗେ ,

ସଜାଏ ସନ୍ତାନ ଜୀବନ ପଥ ସେ

ନାନା ଫୁଲ ନାନା ରଙ୍ଗେ ।


ମଧୁର-ମଧୁର ଉପଦେଶ ଦିଏ

ଜୀବନେ ଉନ୍ନତି ପାଇଁ ,

ସଜାଡ଼ିଦିଏ ସେ ଉଜୁଡା ସଂସାର

ଦୁଃଖ ର ଗରଳ ପିଇ ।


ସନ୍ତାନ ବେଦନା କ୍ଷଣିକେ ଜାଣଇ 

ପଣତେ ଦିଏ ଆଶରା ,

ସରଗ ର ସୁଖ ପ୍ରାପତ ହୁଅଇ

ଧରା ମନେହୁଏ ସରା ।



Rate this content
Log in