STORYMIRROR

Rajshree Satapathy

Romance Tragedy

3  

Rajshree Satapathy

Romance Tragedy

ଅଧୁରା ପ୍ରେମ

ଅଧୁରା ପ୍ରେମ

1 min
213

ମନେ ଅଛି ଆଜିବି ସେ ଦିନ

ଯେବେ ତୁମର ସେ ଢଳ ଢଳ ନିଷ୍ପାପ ଆଖି ଦୁଇଟି

ବିଶ୍ରାମହୀନ ଭାବେ ଚାହିଁ ରହୁଥିଲେ

ମୋ ଆସିବା ବାଟକୁ ......।।୧।।


ଦୂର ରୁ ମୋ ଆସିବା ଖବର ଜାଣି

ଲାଜ ସର ସର ହୋଇ ଲୁଚି ଯାଉଥିଲ 

କମ୍ପ୍ୟୁଟର ଲ୍ୟାବ ର ସେ କାଠ କବାଟ କଣକୁ .......।।୨।।


ଏବେବି ଆଖି ଆଗରେ ନାଚି ଯାଉଛି

ଗୋଲାପି ଓଠ ରେ ତୁମ ଷ୍ଟ୍ରବେରି ର ଲିପ୍ ବାମ୍ 

ସାଗର ର ତରଙ୍ଗମାଳା ପରି କୁଞ୍ଚୁ କୁଞ୍ଚୁଆ 

ସୋଲଡର ଲେନ୍ଥ ହେୟାର ଷ୍ଟାଇଲ୍ ......।।୩।।


ଜାଣି ଜାଣି ତୁମର ସେ ଅନ୍ୟମନସ୍କ ରହିବା ନାଟକ

ଯେବେ ଆଖିରେ ଆଖି ମିଶି ଯାଉଥିଲା

ତଳକୁ ମୁହଁ ପୋତି ଦେଉଥିଲ ଗୋଟେ ଛୋଟ ସ୍ମାଇଲ୍ ......।।୪।।


ମନରୁ ମୋ ଜମା ବି ଲିଭୁନି

କ୍ଲାସ୍‌ ରୁମ୍ ରେ ତୁମ ଲାଇନ୍ ସିଧାରେ ବସି 

ତୁମକୁ ଅପଲକ ନୟନ ରେ ଚାହିଁବା ର ମଜା ......।।୫।।


ଯଦି କେବେ ଧରା ପଡ଼ିଯାଉଥିଲି 

ପୁରା କ୍ଲାସ ଆଗରେ ଛିଡ଼ାକରି ସାର୍

ବଜଉଥିଲେ ମୋର ବ୍ୟାଣ୍ଡ୍ ବାଜା ...... ।।୬।।


ପରମାନେଣ୍ଟ ମାର୍କର ରେ ହୋଇଥିବା ଲେଖା ପରି

ଛାପି ହୋଇ ରହି ଯାଇଛି ସ୍ମୃତି ସବୁ ମୋ ହୃଦୟରେ

ତୁମ ସାଙ୍ଗେ ବିତିଥିବା ପ୍ରତିଟି ମୂହୁର୍ତ୍ତ ରହି ଯାଇଛି 

ଏକ ଅଭିନ୍ନ ଅଙ୍ଗ ହୋଇ ମୋ ଜୀବନ ରେ ......।।୭।।


ତୁମେ ଥିଲ ସୁଦୂର ଆକାଶରେ ରାତିର ରୂପା ଜହ୍ନ

ଆଉ ମୁଁ ଥିଲି ତୁମ ଚକୋର

କେମିତି କେଜାଣି ପାହିଗଲା ରାତିଟା ଏତେ ଜଲଦି 

ଅଧୁରା ରହିଗଲା ଶାଶ୍ଵତ ପ୍ରେମ ମୋର ........।।୮।।


                             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance