STORYMIRROR

Papu parida

Classics Inspirational Others

3  

Papu parida

Classics Inspirational Others

ସମ୍ବିଧାନ ଆଜି କାନ୍ଦୁଛି

ସମ୍ବିଧାନ ଆଜି କାନ୍ଦୁଛି

1 min
308


ଦାରିଦ୍ର୍ୟ ବି ଅଛି ଶୋଷଣ ବି ଅଛି

ଠକାମୀ ବି ଅଛି କଷଣ ବି ଅଛି।

କେବେ ବଳାତ୍କାର କେବେ ରାସ୍ତାରେ ବେକାର

ତଥାପି ମୋ ଦେଶ କାଳେ ଉନ୍ନତିର ସେତୁ ବାନ୍ଧୁଛି

କ୍ଷତ ବିକ୍ଷତ ଏ ମହାନ ଭାରତର 

ସମ୍ବିଧାନ ଆଜି କାନ୍ଦୁଛି।

ସମ୍ବିଧାନ ଆଜି କାନ୍ଦୁଛି।


ଧର୍ମ ଆଳେ ଭିଡ଼ ସନ୍ଥ ବଳି ମାଗେ

ବିତ୍ତ ନାରୀ ମୋହେ ପଶୁପଣ ଜାଗେ।

କେବେ ଦଙ୍ଗା ପୁଣି କେବେ ଖାଦ୍ୟ ଯେ ମହଙ୍ଗା

ତଥାପି ମୋ ଦେଶ କାଳେ ଉନ୍ନତିର ସେତୁ ବାନ୍ଧୁଛି

କ୍ଷତ ବିକ୍ଷତ ଏ ମହାନ ଭାରତର 

ସମ୍ବିଧାନ ଆଜି କାନ୍ଦୁଛି।

ସମ୍ବିଧାନ ଆଜି କାନ୍ଦୁଛି।


ଦେଶଲାଗି କେବେ ସହିଦ ହୁଏ ଯେ ସୈନିକ

ଋଣ ଭାରେ ବିଲେ ଝୁଲି ଯାଏ ଯେ କୃଷକ।

କେବେ ହତାଦର କେବେ ତିରସ୍କାର

ତଥାପି ମୋ ଦେଶ କାଳେ ଉନ୍ନତିର ସେତୁ ବାନ୍ଧୁଛି

କ୍ଷତ ବିକ୍ଷତ ଏ ମହାନ ଭାରତର 

ସମ୍ବିଧାନ ଆଜି କାନ୍ଦୁଛି।

ସମ୍ବିଧାନ ଆଜି କାନ୍ଦୁଛି।


ଶ୍ରେଷ୍ଠ ଧନୀ ମଧ୍ୟେ ଗଣାହୁଏ ଜଣେ ଜଣେ ଖାଇବାକୁ ପାଏ ନାହିଁ

କା ପାଇଁ ଦାମୀ ହୋଟେଲ ସଉକ କିଏ ଲଢ଼େ ବଞ୍ଚିବାର ପାଇଁ।

କେବେ ଦାରିଦ୍ର୍ୟ ତ ପୁଣି କେବେ ମହାମାରୀ

ତଥାପି ମୋ ଦେଶ କାଳେ ଉନ୍ନତିର ସେତୁ ବାନ୍ଧୁଛି

କ୍ଷତ ବିକ୍ଷତ ଏ ମହାନ ଭାରତର 

ସମ୍ବିଧାନ ଆଜି କାନ୍ଦୁଛି।

ସମ୍ବିଧାନ ଆଜି କାନ୍ଦୁଛି।


ଅନ୍ଧବିଶ୍ୱାସର କଳାବାଦଳରେ ସବୁ ଝାପସା ଝାପସା ଦିଶେ

ଯୌତୁକର କଥା ଭାବିଲା ବେଳକୁ ବାପା ମୁଣ୍ଡେ ହାତ ଦେଇ ବସେ।

ଛୁଆଁ ଅଛୁଆଁର ଭେଦଭାବ କେବେ ନାରୀ ନିର୍ଯାତନା

ତଥାପି ମୋ ଦେଶ କାଳେ ଉନ୍ନତିର ସେତୁ ବାନ୍ଧୁଛି

କ୍ଷତ ବିକ୍ଷତ ଏ ମହାନ ଭାରତର 

ସମ୍ବିଧାନ ଆଜି କାନ୍ଦୁଛି।

ସମ୍ବିଧାନ ଆଜି କାନ୍ଦୁଛି।


ଖାଦ୍ୟ ଅଭାବରୁ ଘରେ ଘରେ ଶିଶୁ ହୁଏ କୁପୋଷଣର ଶିକାର

ମଦ ମିଳେ ପ୍ରତି ଗଳି ଓ କନ୍ଦିରେ କ୍ଷୀର ପାଇଁ ଆର୍ତ୍ତଚିତ୍କାର।

କେବେ ଗରିବର ଲୁହ କେବେ ନେତାଙ୍କ ବିରହ

ତଥାପି ମୋ ଦେଶ କାଳେ ଉନ୍ନତିର ସେତୁ ବାନ୍ଧୁଛି

କ୍ଷତ ବିକ୍ଷତ ଏ ମହାନ ଭାରତର 

ସମ୍ବିଧାନ ଆଜି କାନ୍ଦୁଛି।

ସମ୍ବିଧାନ ଆଜି କାନ୍ଦୁଛି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics