ଆମେ ବୁଲା କୁକୁର
ଆମେ ବୁଲା କୁକୁର


ଆମେ ହେଲୁ ବୁଲା କୁକୁର
ବଂଚିବାର କି ନାହିଁ ଆମ ଅଧିକାର
ରାସ୍ତା ଘାଟ ଯେଉଁଠି ବି ଦେଖ
ଆମକୁ କରନ୍ତି ଛି ଛାକର
ଫିଙ୍ଗନ୍ତି ଆମକୁ ଟେକା ପଥର
ସତେ ଏ ଜୀବନ ଅନ୍ୟ ଦୟାର ll
ମଣିଷ ଭାଇ
ତୁମେ ଶ୍ରେଷ୍ଠ ଜୀବ
ଈଶ୍ୱରଙ୍କ ଦରବାରରେ
ହେଲେ ଆମେ ତ ପଶୁ
ନା କରିପାରୁ ପ୍ରତିବାଦ
ନା ଉଠେଇ ପାରୁ ସ୍ବର
ସହିବା ପାଇଁ ଅତ୍ୟାଚାର
ବୋଧେ ଆମେ ହକଦାର ll
ଆମେ ମାଗିନୁ ସ୍ୱାଦିଷ୍ଟ ବ୍ୟଞ୍ଜନ
ଆମେ ବି ଖୋଜିନୁ ବାସ ସ୍ଥାନ
ଫୁଟପାଥ ରେ ନାଳନର୍ଦମାରେ
ଖୋଜିଥାଉ ଆହାର ଆମର
ଗଛ ତଳେ କି ରାସ୍ତା କଡ଼ରେ
ବାସସ୍ଥାନ ଅଟେ ଆମର
ବର୍ଷା ଶୀତ କି ଖରା କାକର
ନଥାଏ ତ ଭୟ ଆମର
ଆମେ ହେଲୁ ବୁଲା କୁକୁର
ଦଳିତ ଜୀବନ ପାଇଁ ଆମେ ହକଦାର ll
ପେଟର ଭୋକ ଜଳିଲେ
ଅନଉଥାଉ ମଣିଷ କୁ
ତାଙ୍କର ଟିକେ ଦୟାକୁ
ତାଙ୍କ ଫୋପଡ଼ା ଖାଦ୍ୟ ଟୁକୁଡା କୁ
ହେଲେ ସହିବାକୁ ପଡେ ଗୋଇଠା ପ୍ରହାର
&nbs
p; ଆଉ ବେଳେ ବେଳେ ଅମାନୁଷିକ ଅତ୍ୟାଚାର
ଜୀବନ ବିକଳେ ଦୌଡୁ ଥାଉ
ଯନ୍ତ୍ରଣା କଷ୍ଟ ରେ କାନ୍ଦୁଥାଉ
କିନ୍ତୁ ଅରଣ୍ୟ ରୋଦନ
ଛାତିର କୋହ ଛାତିରେ ରହି
ସବୁ ହେଇଯାଏ ଶୂନ୍ୟ ଶୂନ୍ୟ ll
ଆମେ ବିକଳ ହେଉ ଆମ ଛୁଆ ପାଇଁ
ବାର ଦୁଆର ବୁଲୁ ଖାଦ୍ୟ ଟିକେ ପାଇଁ
ହେଲେ କେବେ ପାଉ ଗୋଇଠା
ତତଲା ପେଜ କେବେ ପ୍ରହାର
ଆଉ କେବେ ଜୀବନ ଯାଏ ଗାଡି ଚକା ତଳର ll
ହେ ମଣିଷ ଦୁନିଆ
ଜାଣିଛୁ ଏ ଜୀବନ ତୁମ ଦାୟର
ଜାଣିଛୁ ଏ ପ୍ରାଣ ବି ତୁମ ହାତରେ
ଭାରି କଷ୍ଟ ହୁଏ ତୁମ ଅତ୍ୟାଚାର
ଗାଳି ପ୍ରହାର
ଆଖିର ର ଲୁହ କୁ ଓଠରେ ପିଇ
ଛାତିର କୋହ କୁ ଛାତିରେ ଚାପି
ନର୍ଦମା ସହ ନର୍ଦମା ହେଇ
ଶିଖି ନେଇଛୁ ବଞ୍ଚିବାର
ହେ ମଣିଷ ସମାଜ
ନ ଦିଅ ପଛେ ସ୍ନେହ ସହାନୁଭୂତି
ନ ଦିଅ ପଛେ ଆହାର
ନ କର ପଚ୍ଛେ ନଜର
କିନ୍ତୁ ଆମ ପ୍ରତି ଅବିଚାର ନକର
ଅତ୍ୟାଚାର ନକର
ଆମେ ବୁଲା କୁକୁର ହେଲେ ବି
ବଂଚିବା ବି ଆମ ଅଧିକାର ll