STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଉଦୟ ରାଗ

ଉଦୟ ରାଗ

1 min
226


ପାହାନ୍ତିଆ ତାରା ଡୁବି ଡୁବି ଯାଏ ଉଇଁ ଆସେ ବାଳ ଅରୁଣ

କାଳି ଅନ୍ଧାରରୁ କାକ ପୀକ ଡାକ ଭୁରୁ ଭୁରୁ ବାଶ ସୁମନ

ଅଦ୍ଭୁତ ଆନନ୍ଦ ବ୍ରାହ୍ମ ମୂହୁର୍ତ୍ତରେ

ପ୍ରକୃତି ସ୍ୱର୍ଗୀୟ ୟେ ଦିବ୍ୟ ରୂପରେ

ଦରଶନେ ଅଭ୍ୟୁଦୟ ହୁଏ ମନେ ଅଶେଷ ଅପାର ଜ୍ଞାନ ।।


ଆକାଶ ପ୍ରଦେଶ ଭାଲପଟେ ସ୍ଵର୍ଣ୍ଣ ଚିତା ର ପ୍ରତ୍ୟୟ ହୁଏ

କିଅବା ସିନ୍ଦୂର ବିନ୍ଦୁ କପୋଳରେ ସମାନ ଯେ ଶୋଭା ପାଏ

ଅପସରି ଗଲା ରାତିର ଅନ୍ଧାର

ଜ୍ଞାନାଲୋକେ ଉଦ୍ଭାସିତ ତିନିପୁର

ଶୁଭେ ବନାନୀ ରୁ ପ୍ରଣବ ଓଁ କାର କେଉଁ ରୁଷିପୁତ୍ର ଗାଏ ।।


ପ୍ରଜାପତି ଯେତେ ଉଡ଼ନ୍ତି ଆନନ୍ଦେ ଫୁଲେ ଫୁଲେ ମନୋହର

ଗାଈଆଳ ପୁଅ ବଇଁଶୀ ର ସ୍ଵର ହମା ରଡି ବଉଳାର

ଶାନ୍ତ ସ୍ନିଗ୍ଧ କମନୀୟ ପରିବେଶ

ରବମୟ ଧୀରେ ଧୀରେ ଦଶଦିଶ

ସରସୀ ରେ ପଦ୍ମ କୁମୁଦ ସମ୍ଭାର ଭ୍ରମରେ ଉଡ଼ନ୍ତି ଭ୍ରମର ।।


କଅଁଳିଆ ଖରା ସୂର୍ଯ୍ୟ ରଶ୍ମୀ ଧାରା ଧରାକୁ ଆକର୍ଷି ସରସେ

ଉଜ୍ବଳ ଶୁଭ୍ର ସ୍ପଟିକ ଆଲୋକରେ ଆକାଶ ଧରଣୀ ବିଭାସେ

ଉଦୟ ରାଗ ଲୋହିତ ପତନୀ ରେ

ପରିହିତା ଦେବୀ ଦିଗାଙ୍ଗୀ ରୁଚି ରେ

ପ୍ରଭାତେ ପ୍ରଭାତୀ ବନ୍ଦନା ଗୀତରେ ପ୍ରକୃତି ବିଭୋରେ ଉଲୁସେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics