STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ପରବ ଆମ ଗରବ

ପରବ ଆମ ଗରବ

1 min
149

ବାରମାସରେ ତେର ପରବ

 ଯାନିଯାତରା ଆମ ଗରବ ।


 ମମତା ମଖା ସ୍ନେହ ସରାଗ

ପାଶୋରି ଦେଉ ଭାବ ଅଭାବ ।


 ରଜ ମଉଜ ମହକ ଭରା

 ଘୁମୁଘୁମୁରେ ଗହ୍ମା ଘୁମୁରା ।


 ଭାବ ଭକ୍ତିର ରଥ ଯାତରା

 ଦୁଃଖ ପାଶୋରା ଦୋଳ ଦଶରା ।


 ପାଠ ଠାକୁର ଗଣେଶ ପୂଜା

 ଖୁଦୁରୁକୁଣୀ ଝିଅଙ୍କ ମଜା ।


 ଦୀପାବଳୀ ରେ ଦୀପାଳୀ ସଜା

 ଡଙ୍ଗା ଭାଷାରେ ଅତୀତ ଖୋଜା ।


 ମଗୁଶିର ରେ ସବୁରି ଘରେ

 ମାଆ ଲକ୍ଷ୍ମୀଙ୍କ ପୂଜା ହୁଏରେ ।


 ନୂଆ ଧାନରେ ମାଣ ବସେରେ

 ଘର ଉଛୁଳେ ପିଠା ପଣାରେ ।


 ଅଗି ତ ଜାଳୁ ସରିଲେ ଶୀତ

 ଘୋଡାନାଚରେ ହସେ ଚଇତ ।


  ଶିବରାତ୍ରି ରେ ଜାଳୁ ଜାଗର

  ଉଛୁଳେ ଆମ ଶିବ ମନ୍ଦିର ।


  ପାଶୋରି ଦେଇ ମନରୁ ରାଗ

  ହୋଲିରେ ଆମେ ଖେଳୁରେ ରଙ୍ଗ ।


  ମକର ଆଉ ପଣା ସଂକ୍ରାନ୍ତି

  ପରବ ସବୁ ଖୁସି ବାଣ୍ଟନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics