ପତିପତ୍ନୀ
ପତିପତ୍ନୀ
ପ୍ରଜାପିତା ଙ୍କର ବିଚିତ୍ର ବିଚାର
ବର ପତ୍ର ସାଥେ ଓସ୍ତ ପତର ।
ଖଞ୍ଜି ଦେଇଛନ୍ତି ବିନ୍ଧାଣୀ ମଣୀ
ପତିପତ୍ନୀ ନାମେ ହୁଅନ୍ତି ଗଣି ।
ହାତ ଧରି ବାଟ ଚାଲିବା ପାଇଁ ,
ବିବାହ ବନ୍ଧନରେ ଆବଦ୍ଧ ହୋଇ ।
ଯଜ୍ଞବେଦୀ ସାକ୍ଷୀ ଯେଉଁ ସମ୍ପର୍କର ,
ମିଳନ ଘଟଇ ଦୁଇ ଆତ୍ମା ର ।
ସୁଖ ଦୁଃଖ ହସ ଲୁହର ସାଥି ,
ପତିପତ୍ନୀ ମିଶି ଦିନ କାଟନ୍ତି ।
ସଂସାର ପଥଟି ଖସଡ଼ା ଭାରି ,
ହାତେ ହାତ ଥିଲେ ଯିବନି ଡରି ।
ସମ୍ପର୍କ ସୁତ୍ର ଟି ଥିଲେ ସୁଦୃଢ
ପରିବାର ପାଇଁ ବଢ଼ଇ ବଳ ।
ଏକମନ ଏକ ପ୍ରାଣ ଏକବଚନ ରହି,
ସଂସାର ନାଆକୁ ନିଅନ୍ତି ବାହି ।
