STORYMIRROR

Arjuni charan Behera

Classics Inspirational Others

3  

Arjuni charan Behera

Classics Inspirational Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
157


ଅକ୍ଷୟ ଏ ତିଥି ଅଟେ ଅକ୍ଷୟ ତୃତୀୟା l

ଏ ଦିନେ ଆରମ୍ଭି ଥିଲା ଯୁଗ ଦୁଇ ନୂଆ ll

ସତ୍ୟ ଯୁଗେ ମହାବିଷ୍ଣୁ ବାମନାବତାର l

ତ୍ରେତୟା ଯୁଗରେ ପ୍ରଭୁ ରାମ ଧନୁର୍ଦ୍ଧର ll

ଏ ତିଥିରେ ଜନ୍ମ ଲଭି ପର୍ଶୁରାମ ବୀର l

ନିକ୍ଷେତ୍ରୀକଲେ ଧରଣୀ ଏକବିଂଶବାର ll

ଧରା ଅବତରି ମାତ ସୁର ତରଙ୍ଗିଣୀ l

ଭାରତ ପବିତ୍ର କଲେ ପତିତପାବନୀ ll

ଅତି ପବିତ୍ର ଅଟଇ ଯେଣୁ ଆଜ ଦିନ l

ରେବତୀ ବିବାହ କଲେ ରେବତୀ ରମଣ ll

ମହାପ୍ରଭୁ ବୈଶାଖର ଗ୍ରୀଷମକୁ ଡରି l

ଚାପଖେଳି ବାହାରିଲେ ନରେନ୍ଦ୍ର ପୋଖରୀ ll

ଆଜ୍ଞା ଦେଇଗଲେ କର ରଥ ଅନୁକୂଳ l

ବେଳ ଥାଉଁଥାଉଁ ପଛେ ନକରିବ ଗୋଳ ll

ଚଷା ଭାଇ ଟାକି ରହିଥାଏ ଏହି ଦିନ l

ଅନୁକୂଳ କରେ ବିଲେ ପହିଲି ବିହନ ll

ଏ ଦିନରେ ମହାମନା ଜନକ ମହର୍ଷି l

ଜାନକୀଙ୍କୁ ଲଭିଥିଲେ ଧରଣୀକୁ କର୍ଷି ll

ଉତ୍କଳର ମହା କବି ଭକ୍ତ ଜୟଦେବ l

କେନ୍ଦୁବିଲ୍ୱେ ଜନମିଲେ ବହି ହରିଭାବ ll 

ଶ୍ରୀଗୀତଗୋବିନ୍ଦ ମହାକାବ୍ୟ କଲେ ସୃଷ୍ଟି l

ଯୁଗେ ଯୁଗେ ରଖିଗଲେ ଅକ୍ଷୟ କିରତୀ ll

ଅକ୍ଷୟ ତୃତୀୟା ଅଟେ ମହା ପୂଣ୍ୟ ଦିନ l

ଯାହା କାର୍ଯ୍ୟ ଆରମ୍ଭିଲେ ନ ଘଟଇ ବିଘ୍ନ ll


Rate this content
Log in

Similar oriya poem from Classics