Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

4  

Mamatamanjari Das

Others

ଅପେକ୍ଷା ର ହେବ ଅନ୍ତ

ଅପେକ୍ଷା ର ହେବ ଅନ୍ତ

1 min
289


ତୋ ଅପେକ୍ଷା ରେ ରାତି ସରେ ମୋର

ସପନ ଦୋଳି ରେ ଝୁଲି

ଗୋଟି ଗୋଟି ସ୍ମୃତି ଏକାଠି ସଜାଏ

ସ୍ନେହର ପରଶ ବୋଳି ।


ସରିଯାଏ ରାତି ତୋ ସ୍ମୃତିକୁ ସଜାଇ

ଅପେକ୍ଷା ର ହୁଏନି ଅନ୍ତ

ଫୁଲର ଫଗୁଣ ଆସେନାହିଁ କେବେ

ପାଏନି ତୋତେ ଜୀବନ୍ତ ।


ଉଡ଼ିବୁଲେ କେବେ ସୁନୀଳ ଗଗନେ

ମୁକ୍ତ ବିହଙ୍ଗଟେ ହୋଇ 

ସ୍ମୃତିରେ ସ୍ମୃତିରେ ଥାଉ ସାଥେ ମୋର

ଅଝଟିଆ ମନ ନେଇ ।


ମାଳ ମାଳ ସ୍ବପ୍ନ ନୟନର ଧାରେ

ତତେ ନେଇ ଦେଖିଥିଲି

ଅପେକ୍ଷା ରେ ମୋତେ ଛାଡି ଦେଇ

ଏକାକରି ଗଲୁ ଚାଲି ।


ବାଇ ଚଢେଇର ଅଧାଗଢା ବସାରେ

ଏବେବି ରହିଛି ଚାହିଁ

ସତରେ ନହେଲେ ସପନରେ ଆସି

ଥରେ ମୋତେ ଯାଆ ଛୁଇଁ ।


ଖୁସିର ଜୁଆର ଛୁଟି ଆସିବ ମୋ

ପାଇ ତୋ ଅମୃତ ସ୍ପର୍ଶ

ତୋ ମୁହଁ ଦେଖି ଭୁଲିଯିବି ସବୁ

ମୋ ଅପେକ୍ଷା ର ହେବ ଅନ୍ତ ।



Rate this content
Log in