STORYMIRROR

Mamatamanjari Das

Fantasy Others

4  

Mamatamanjari Das

Fantasy Others

ଦୂର ପାହାଡର ଫୁଲ

ଦୂର ପାହାଡର ଫୁଲ

1 min
226

ଦୂର ପାହାଡର ଫୁଲଟିଏ ସିଏ

କୋଟି ଲାବଣ୍ଯର ନିଧି

ମୃଦୁ ସମୀରଣେ ଖେଳେ ଝୁଲି ଝୁଲି

ବାଣ୍ଟି ସମ୍ପର୍କର ମହୋଦଧି।


ଚନ୍ଦ୍ରିକା ଚର୍ଚ୍ଚିତ ରଜନୀର ଗୀତ

ପ୍ରାଣକୁ କରେ ମୋହିତ

ପବନ ଚଇତ ମଲ୍ଲୀକାର ମିତ

ବାସ୍ନାରେ ଆହ୍ଲାଦ ଚିତ୍ତ।


ଶ୍ଯାମଳିମା ଘନ ବନ ଉପବନ

ସୁରମ୍ୟ ଶୋଭା ପସରା

ରଙ୍ଗୀନ ସୁମନ ଦେଖାଏ ସପନ

ସୌରଭ ବିଞ୍ଚଇ ପରା।


ଚୋରା ମଳୟର ମଧୁର ଝଙ୍କାର

ଶୀତଳ ଚନ୍ଦନ ସମ

ଦେହେ ବୋଳିଦିଏ ଆପଣାଇ ନିଏ

ପାଳେ ଆପଣାର ଧର୍ମ।


ଯାଦୁକରୀ ମାୟା କରେ ସଦା ବାୟା

ହରିନିଏ ଯେତେ ଜ୍ବାଳା

ଖାଦ୍ୟ ବସ୍ତ୍ର ବାସ ଦାନରେ ସନ୍ତୋଷ

ସଦା ସୁଜଳା ସୁଫଳା।


ରମ୍ଯ ପ୍ରକୃତିର ମାଧୁର୍ଯ୍ଯ ଭଣ୍ଡାର

ସଦା ସର୍ବ ଜୀବ ହିତେ

ରକ୍ଷା କରିବାର ଭାବ ନିରନ୍ତର

ରଖିଛି ସିଏ ତା ଚିତ୍ତେ ।


ଦୂର ପାହାଡରେ ଫୁଟିଲେ ବି ସିଏ

ସଭିଙ୍କର ସିଏ ମିତ୍ତ

ପବନ ହିଲ୍ଲୋଳେ ସୁଗନ୍ଧ ବିତରେ

ମନ କରେ ଆହ୍ଲାଦିତ ।



Rate this content
Log in

Similar oriya poem from Fantasy