ଆଦ୍ୟ ଯୌବନ ର ଅତର ଲଗା ଚିଠି
ଆଦ୍ୟ ଯୌବନ ର ଅତର ଲଗା ଚିଠି
ଆଦ୍ୟ ଯୌବନ ପହିଲି ଚିଠିଟିଏ
ଦେଇଥିଲା ଯେବେ ପ୍ରୀୟା
ଏବେବି ସାଇତି ରଖିଛି ସେ ଚିଠି
ଅତର ଲଗା ତା ମହ ମହ ବାସ୍ନା
ହୃଦୟେ ଲଗାଏ ନିଆଁ
ମନେ ପଡିଯାଏ କୈଶୋର ସକାଳ
ଅତର ବୋଳା ସେ ଚିଠି
ଆକୁଳ ଅନ୍ତରେ ଚାହିଁ ରହୁଥିଲି
ଡାକ ପିଅନକୁ କେମିତି ବଜେଇବ ଘଣ୍ଟି
ଚିଠି ଅପେକ୍ଷାରେ ସମୟ ଯାଉଥିଲା ବିତି
ସ୍ମୃତି ଖୋଳପାରେ ସଦ୍ୟ ଜୀବନ୍ତସେ
ତାର ହାତ ଲେଖା ଶବ୍ଦ
ଶବ୍ଦରେ ଶବ୍ଦରେ ସେ ତରଙ୍ଗାୟିତ
ଅତର ବୋଳା ତାର ମହ ମହ ବାସ୍ନା
ବଢାଉ ଥିଲା ମନେ ପ୍ରେମର ଭାବ ଭାବ
ଫୁଲ ପରି ମୋର କୋମଳ ମନରେ
ଗୁନ୍ଥିଛି ଏବେବି ସେ ଚିଠିର ହାର
ନିଶବ୍ଦ ବେଳାରେ ଅବା ଜହ୍ନରାତିରେ
ସ୍ମୃତି ଫରୁଆରୁ କାଢିଦେଇ ତାକୁ
ଚିଠି ଟିକୁ ପଢ଼େ ମୁଁ ବାରମ୍ବାର
ମନ ଉପବନେ କଢ଼ ହୋଇ ପ୍ରିୟା
ଚିଠି ହୋଇଥିଲା ମୋ ଦେହର ଛାଇ
ସମୟର ଇଙ୍ଗିତରେ ସବୁ ହଜିଗଲା
ଏବେ ସେ ଚିଠିକୁ ଖୋଜିଲେ ବି ପାଉନାହିଁ ।