STORYMIRROR

Kanan Bala Nayak

Inspirational

3  

Kanan Bala Nayak

Inspirational

ମାନବିକତା

ମାନବିକତା

1 min
212


ମାନବିକତା ଆଜି ଭୁଲୁଣ୍ଠିତ ଏଠି

ସେଇ ମାନବର ହାତେ

ନ୍ୟସ୍ତ ସ୍ୱାର୍ଥ ପାଇଁ ମାନବ ପାଲଟି

ଯାଇଛି ଆଖି ଥାଇ ଅନ୍ଧ,କାନ ଥାଇ

କାଲ ଆଉ ପାଟି ଥାଇ ବି ମୁକ

ଅର୍ଥ ଓ କ୍ଷମତା ଲୋଭରେ ମାନବ

ଶୋଷୁଛି ଆଜି ମାନବର ରକ୍ତ

ଚାରିଆଡେ ଖାଲି ସମ୍ପତ୍ତି ସମ୍ପତ୍ତିର

ଆର୍ତ୍ତ ଚିତ୍କାର

ସମ୍ପତ୍ତି ପାଇଁ ମଣିଷ ପାଲଟିଛି ଚିଲ

ଶାଗୁଣା ଠୁ ବି ହୀନ

ମୃତ ଦେହ ପାଖରେ ଖୋଜୁଛି 

ମନିପର୍ସ, ମୋବାଇଲ ଆଉ ଅଳଙ୍କାର

ଶବ ହାତରୁ ବି ପିନ୍ଧୁଛି ପାରୁଛି ସିନ୍ଦୂର

କୁଢ଼ କୁଢ଼ ଶବ ଭିତରେ ବି ଦେଖିପାରୁଛି

ନିଜ ଭବିଷ୍ୟତ ପାଇଁ ଏକ ସୁନେଲି ସ୍ବପ୍ନ 

ରକ୍ଷକ ଆଜି ଭକ୍ଷକ ପାଲଟି ଯାଉଛି 

ଭୁଲି ସବୁ ମାନବୀୟ ଗୁଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational