STORYMIRROR

Kanan Bala Nayak

Inspirational

3  

Kanan Bala Nayak

Inspirational

ହୋଲି

ହୋଲି

1 min
15


    

ବସନ୍ତ ଋତୁ ରେ ଆସଇ ହୋଲି 

ରଙ୍ଗ ର ପସରା ଦିଅଇ ମେଲି

ରାଗ ରୁଷା ଭୁଲି ସଭିଏଁ ହୁଅନ୍ତି ମେଳି

ଗାଁ ରୁ ସହର ସବୁଠି ଝଲସେ ଖୁସି

ରଙ୍ଗ ର‌ ପରବ ଆସିଛି ବୋଲି ।

 

ରାଧା କୃଷ୍ଣ ଦୁହେଁ ବିମାନେ ବସି

ଘରେ ଘରେ ଆସି ବୁଲି ଯାଆନ୍ତି 

ଘରେ ଘରେ ପଶି ଭୋଗ ଖାଆନ୍ତି

ଜାତି ଧର୍ମ ଭୁଲି ସମସ୍ତେ ଏକ ହୁଅନ୍ତି

ପରସ୍ପର କୁ ବିଭିନ୍ନ ରଙ୍ଗ ବୋଳନ୍ତି.


ରାଗ ଋଷା ଈର୍ଷା ହିଂସା ଯାଆନ୍ତି ଭୁଲି 

ରଙ୍ଗ ବେରଙ୍ଗର ର ଅଭିର ଆଣି

ସମସ୍ତ ଙ୍କ ଦେହେ ଦିଅନ୍ତି ବୋଳି

ହୋଲି ଖେଳ ପରେ ସମସ୍ତେ ମିଳି

ଗୋଟିଏ ଜାଗାରେ ହୁଅନ୍ତି ମେଳି

ମିଳି ମିଶି ସବୁ ଭୋଜି କରନ୍ତି

ଏକା ଠାରେ ବସି ଖାଦ୍ୟ ଖାଆନ୍ତି।


ଆମ ପରମ୍ପରା ଆମ ପର୍ବପର୍ବାଣି

ଆମ ଜୀବନ ର ଅମୂଲ୍ୟ ମଣି

ମିଶି ମିଶି ତାକୁ ପାଳନ କରି

ଜୀବନ ରେ ଖୁସି ଦେବଟି ବୁଣି

ବରଷକେ ଥରେ ଆସଇ ହୋଲି

ଜୀବନ ଆମର ରଙ୍ଗୀନ କରିବ ବୋଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational