ଆମେ ସବୁ ବଦଳି ଗଲୁଣି
ଆମେ ସବୁ ବଦଳି ଗଲୁଣି
ଆମେ ସବୁ ବଦଳି ଗଲୁଣି ।
ନିଜ ପର ଭିତରେ ଭେଦଭାବ
କରିବା ଶିଖି ଗଲୁଣି ।
ବାପାଙ୍କୁ ଡାଡ୍ ଓ ମାଆଙ୍କୁ ମମ୍
କହିବା ଶିଖି ଗଲୁଣି ।
ଜେଜେ ବାପାଙ୍କୁ ଗ୍ରାଣ୍ଡ ପା ଓ
ଜେଜେ ମାଆଙ୍କୁ ଗ୍ରାଣ୍ଡ ମା
କହିବା ଶିଖି ଗଲୁଣି ।
ଭାଇକୁ ବ୍ର ଓ ଭଉଣୀକୁ ସିସ୍
କହିବା ଶିଖି ଗଲୁଣି ।
ପିଠା ପଣା ଖାଇବା ପରିବର୍ତ୍ତେ
ପିଜା ବର୍ଗର ଖାଇବା ଶିଖି ଗଲୁଣି,
ପର୍ବ ପର୍ବାଣୀ ପାଳିବା ପରିବର୍ତ୍ତେ
ପାର୍ଟି ଆଟେଣ୍ଡ କରିବା ଶିଖି ଗଲୁଣି,
ଗାଁ ଛାଡି ସହରରେ ଚଳିବା ଶିଖି ଗଲୁଣି ।
ସିଲଟ ଖଡି ଛାଡି କମ୍ପ୍ୟୁଟର ଓ
ସ୍ମାର୍ଟ ଫୋନରେ ଟାଇପ ଶିଖି ଗଲୁଣି ।
ଖେଳ କୁଦ ଛାଡି ମୋବାଇଲରେ
ଗେମ୍ ଖେଳିବା ଶିଖି ଗଲୁଣି ।
ଜେଜେମାର କାହାଣୀ ଶୁଣିବା ଛାଡି
ୟୁଟ୍ଯୁବ୍ ରେ ଭିଡିଓ ଦେଖିବା ଶିଖି ଗଲୁଣି ।
ଯୁଗ୍ମ ପରିବାର ଛାଡି ଏକକ
ପରିବାରରେ ରହିବା ଶିଖି ଗଲୁଣି ।
ଗୁରୁଜନଙ୍କୁ ପ୍ରଣାମ କରିବା ପରିବର୍ତ୍ତେ
ନମସ୍କାର କରିବା ଶିଖି ଗଲୁଣି ।
ବାପା ମାଆଙ୍କ ସେବା କରିବା ପରିବର୍ତ୍ତେ
ବୃଦ୍ଧାଶ୍ରମରେ ଛାଡିବା ଶିଖି ଗଲୁଣି ।
ଅହିଂସାର ମାର୍ଗକୁ ଛାଡି ହିଂସାର
ମାର୍ଗକୁ ଆପଣାଇ ନେଲୁଣି ।
ଛୋଟ ଛୋଟ କଥାରେ ରକ୍ତ
ଝରାଇବା ଶିଖି ଗଲୁଣି ।
ପରିଶ୍ରମ କରିବା ଛାଡି
ମାଗଣାରେ ଚଳିବା ଶିଖି ଗଲୁଣି ।
ପ୍ରାକୃତିକ ଜୀବନ ଶୈଳୀ ଛାଡି
କୃତ୍ରିମ ଜୀବନକୁ ଆପଣେଇ ନେଲୁଣି ।
ନିଜ ସଂସ୍କୃତି ପରମ୍ପରା କୁ ଛାଡ଼ି ବିଦେଶ
ସଂସ୍କୃତିକୁ ଆପଣାର କରି ନେଲୁଣି ।
ଆମେ ସବୁ ବଦଳି ଗଲୁଣି ।
