Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kanan Bala Nayak

Inspirational

4  

Kanan Bala Nayak

Inspirational

କଥା ଥିଲା

କଥା ଥିଲା

1 min
34



କଥାଥିଲା ଜୀବନର ସବୁ ସୁଖ ଦୁଃଖ   ଦୁଇ ଭାଗ ହେବ ବୋଲି   କଥା ଥିଲା ଜୀବନର କଣ୍ଟକିତ ପଥରେ    ପାଦ ଖସି ଗଲେ    ଜଣେ ଅନ୍ୟ ଜଣଙ୍କର ହାତ ଧରି ଆଗକୁ   ଆଗେଇ ନେବ ବୋଲି    ।


କଥା ଥିଲା ସମୟ ସ୍ରୋତ ଯେତେ    ପ୍ରଖର ହେଉ ପଛେ    ସେଥିରେ ଭାସି ନ ଯାଇ ସବୁ    ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ   ।


କଥା ଥିଲା ଜୀବନର    ଶେଷ ନିଃଶ୍ବାସ ପର୍ଯ୍ଯନ୍ତ    ଏ ବନ୍ଧୁତା ଲିଭାଇବା ପାଇଁ   କିନ୍ତୁ ଆଜି! 


 କଥା କଥା ବାଟରେ ରହି ଯାଇଛି    ଅନେକ ପରିବର୍ତ୍ତନ ହୋଇ ଯାଇଛି    ଦଲକାଏ ପବନ ମଧ୍ୟ ବାତ୍ୟାର ଭ୍ରମ ସୃଷ୍ଟି କରୁଛି ।


 ସାମନ୍ୟ ସାମାନ୍ୟ କଥାରେ   ଆମ ଭିତରେ ଥିବା ବିଶ୍ବାସ   ଦୋହଲିବା ଆରମ୍ଭ ହୋଇଯାଉଛି ,  ଦେଇଥିବା କଥା ସମୟର ସ୍ରୋତରେ    ଦୂରକୁ ଦୂରକୁ ଭାସି ଯାଉଛି ।


Rate this content
Log in