STORYMIRROR

Kanan Bala Nayak

Inspirational Others

4  

Kanan Bala Nayak

Inspirational Others

ଜୀବନ

ଜୀବନ

1 min
494

ଅନେକ ଜନ୍ମର ପୁଣ୍ୟ ଫଳ ଏ ମଣିଷ ଜୀବନ 

ଆସ ତାକୁ ହସ ଖୁସିରେ ଜୀଇଁବା।

ଦୁଃଖ ଓ ସୁଖ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ

ଏଇ କଥା ଜାଣିବା ।

ଦୁଃଖ ପରେ ସୁଖ ଆଉ

ସୁଖ ପରେ ଦୁଃଖ ଏଇ କଥା ମାନିବା 

ତେଣୁ ଦୁଃଖକୁ କାହିଁ ଡରିବା।

ଆସ ଆମେ ଅର୍ଥ ପୂର୍ଣ୍ଣ ଜୀବନଟେ ଜୀଇଁବା। 

ଜୀବନର ଅନ୍ୟ ନାମ ସଙ୍ଘର୍ଷ 

ସଙ୍ଘର୍ଷ କରି ଶିଖିବା। 

ତେବେ ଯାଇ ଜୀବନର ପ୍ରକୃତ ଅର୍ଥ ବୁଝିବା।

ଆସ ଆମେ ଅର୍ଥ ପୂର୍ଣ୍ଣ ଜୀବନଟେ ଜୀଇଁବା।

ହାରି ହାରି ବଞ୍ଚିବାଟା ଜୀବନ ନୁହେଁ

ଜିତିବାର କଳା ଆସ ଶିଖିବା।

ଆସ ଆମେ ଅର୍ଥ ପୂର୍ଣ୍ଣ 

ଜୀବନଟେ ଜୀଇଁବା। 

ମଣିଷ ଜୀବନ ଖାଲି ନିଜ ପାଇଁ ନୁହଁ

ସମାଜ ପାଇଁ କିଛି କରିବା ।

ଆସ ଆମେ ଅର୍ଥ ପୂର୍ଣ୍ଣ ଜୀବନଟେ ଜୀଇଁବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational