STORYMIRROR

Kanaka barddhan Sahu

Others

3  

Kanaka barddhan Sahu

Others

ବଡ଼ ହିଂସ୍ର

ବଡ଼ ହିଂସ୍ର

1 min
805


କହୁଅଛି କଥାଟିଏ

ଶୁଣ ସର୍ବେ ସ୍ଥିର ହୋଇ,

ଜଗତରେ ଯେତେଛନ୍ତି

ବଡ଼ହିଂସ୍ର କାକୁ କହି ।।


ବାଘ ଭଳି ନାହିଁ ତାର

ନଖ ଆଉ ଦାନ୍ତ,

ସଭିଙ୍କର ପେଟ ଚିରି

ମାଂସ ଚୋବାଏ ନିଶ୍ଚିତ ।।


ନାହିଁ ଶକ୍ତି ତାହାଠାରେ

ଶାର୍ଦ୍ଦୁଳ ର ଭଳି,

ତାହାରି ଗର୍ଜ୍ଜନେ କିନ୍ତୁ

ବିଶ୍ୱ ଯାଏ ଜଳି ।।


ବଡ଼ କାୟା ନାହିଁ ତାର

ବାରଣ ର ଠାରୁ,

ତଥାପି ସେ ପାଦେ ଦଳେ

ସଭିଙ୍କର ମେରୁ ।।


ସବୁଠାରୁ ବଡ଼ ବିଷ

ଅଛି ବାସୁକୀର,

ଯାର ଫୁତ୍ କାରେ ସଭେ

ଯାନ୍ତି ଯମ ପୁର ।।


ସେ ବାସୁକୀ ସେବା କରେ

ଏମିତି ଜୀବକୁ,

ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ

ସଭିଙ୍କ ବକ୍ଷକୁ ।।


ଦୁନିଆର ବଡ଼ ହିଂସ୍ର

ନାମ ଅଛି ପାଇ,

ଏକ ମାତ୍ର ଜୀବ ଜାଣ

ମଣିଷଟି ସେହି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍