STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଜୀବନ ସଡ଼କ ନୁହେଁ ସଳଖ

ଜୀବନ ସଡ଼କ ନୁହେଁ ସଳଖ

2 mins
11


କାଳିଆ ଘୋଡାରେ କଳ୍କି ଆସୁଛନ୍ତି 

କଳିକାଳ ହେବ ଶେଷ

ଅବିଶ୍ବାସୀ ଙ୍କର ବିଶ୍ବାସ ହେଉନି

କାଳ ପକାଉଛି ଫାଶ।


ଧ୍ବଂସ ର ଲକ୍ଷଣ ଜଳଜଳ ଦିଶେ 

ମାଟିରୁ ଆକାଶ ଥରେ

ଜଳକା ମାନଙ୍କ ଆଖିକୁ ଦିଶୁନି

ଅବସାଦ ବାଦ କରେ ।


ବରଫ ତରଳେ ହିମାଳୟ ବୁକେ 

ଆକାଶୁ ବରଷେ ନିଆଁ 

ଅଦିନରେ ହୁଏ ଝଡ ତୋଫାନ ଲୋ

ଭୂମି କମ୍ପେ ମାଟି ଆଁ


ଶ୍ରାବଣ ମାସରେ ବିଲ ଫାଟିଯାଏ 

ପଉଷେ ପ୍ରବଳ ବର୍ଷା 

ପାଚିଲା କ୍ଷେତରେ ପାଣି ପସିଯାଏ

କଲବଲ ହୁଏ ଚଷା ।


ବାଟେଘାଟେ ଏବେ ଗାଡି ମଟର ଲୋ

ଆପେ ଆପେ ଯାଏ ଜଳି

ଆକାଶ ଛୁଆଁ ତ ଉଆସ କୁ କେତେ

ଅନଳ ଦେଉଛି ଗିଳି।


ଅବୁଝା ଙ୍କୁ କିଏ ବୁଝେଇ ପାରିବ

ଯୁଗ ହେଉଅଛି ଶେଷ

ଅକାଳେ ଯାଉଛି ଅସଂଖ୍ୟ ଜୀବନ

ଧନ ଜନ ହୁଏ ନାସ।


ଧର୍ମଛଡ଼ା ଯେତେ ଏ କଳିଯୁଗ ରେ

ଧର୍ମକୁ ଡରନ୍ତି ନାହିଁ 

ଘଟୁଅଛି କେତେ ଅଘଟଣ ତାଙ୍କ 

ଗର୍ବ ଅହଙ୍କାର ପାଇଁ।


କପଟିଆ କଳି କାଳେ ଏ ମଣିଷ 

ବାଟ ଘାଟ ଯାଏ ଭୁଲି

ଅବାଟରେ ଯାଇ ଖାଲେ ପଡେ ନିଜେ

ନିଜ ପାଇଁ ଗାତ ଖୋଳି ।


ଭାବୁଛି ମଣିଷ ବୁଦ୍ଧି ବଳେ ତାର

ପ୍ରକୃତିକୁ ଯିବ ବଳି

ସେ କାହୁଁ ବୁଝିବ ପ୍ରକୃତି କୋପରେ 

ଜଳୁଛି ସେ ଲୂହ ଢାଳି।


ଭାବିଲା ଏମିତି ରୋଗ ଭିଆଇବ

ଦୁନିଆ କୁ ହେବ କାଳ

ସେଇ ରୋଗ ତାକୁ କାଳ ହେଲା ଆଗ

ପାଇଲାନି ଥଳକୂଳ ।


ପ୍ରକୃତିର ମୋଡ଼ ବଦଳାଇ ଦେଇ

କରେ ସେ କୃତ୍ରିମ ବର୍ଷା

ବାଦଲ ଫଟାଇ ମେଘ ବରଷେ ଲୋ

ଦିଅଇ ମାରକ ଦଶା ।


ଅଣୁ ପରମାଣୁ ପରୀକ୍ଷା ନିରୀକ୍ଷା 

ଚଉଦିଗ ଥରହର 

ସାଗରେ ଉଠଇ ଉତ୍ତାଳ ତରଙ୍ଗ 

ଭାସି ଯାଏ ଘର ଦ୍ବାର।


ସମୟକୁ ଆଜି ଜିତିବା ପାଇଁକି

ମଣିଷ ବଢ଼ାଏ ବେଗ

ସେହି ବେଗ ଏବେ କାଳ ହୁଏ ତାକୁ

କପାଳ ରେ ମନ୍ଦ ଯୋଗ।


ରେଳ ରେ ଯାଅ କି ଜଳ ପଥେ ଯାଅ

ଯାଅ ବା ଆକାଶେ ଉଡି

ସବୁଠି ଉଡୁଛି କାଳ ଛଞ୍ଚାଣ ରେ

ଡେଣା ତାର ଝାଡ଼ି ଝାଡି ।


ଆଖି ପିଛୁଳାକେ ପଲା ଓଲଟୁଛି

କାଳ ଆସୁଅଛି ମାଡି

ଅକାଳରେ କେତେ ନିରୀହ ପରାଣ 

ନିମିଷେ ଯାଉଛି ଝଡି ।


ସଡକ ରେ ନିତି ଘଟେ ଦୁର୍ଘଟଣା 

ଯାଉଛି ପରାଣ କେତେ

ଘରୁ ବାହାରିଲେ ଫେରିବିକି ନାହିଁ 

ମନରେ ଆଶଙ୍କା ସତେ।


ନଈ ସମୁଦ୍ର ରେ ଡଙ୍ଗା ବୁଡିଯାଏ 

ନାଉରିଆ ବାଟ ବଣା

ସଲିଳ ସମାଧି ନିଅନ୍ତି ଅନେକେ

ପହଁରା ନଥିଲେ ଜଣା ।


ରେଳ ଯାତ୍ରା କଥା ଭାବିଲା ବେଳକୁ

ମନେ ପଡ଼େ ବାହାନଗା

ଏତେ ଲୋକ ମଲେ ଶବ ରଖିବାକୁ 

ଅଭାବ ହୋଇଲା ଯାଗା।


ଆକାଶ ପଥ ବି ନୁହେଁ ସୁରକ୍ଷିତ 

ଯାଏ ରେ ଜୀବନ କେତେ

ଆକାଶ ରେ ଯଦି ଘଟେ ଅଘଟଣ

ଶବ କି ମିଳିବ ସତେ?


ମଣିଷ ଭାବୁଛି ସବୁଠୁ ବୁଦ୍ଧିଆ 

କାଳ ତାର କବଳିତ 

ହସୁଛି କାଳିଆ ବଡ ଦେଉଳ ରେ

ସମୟ ମାରୁଛି ବେତ ।


ଜୀବନ ସଡ଼କ ନୁହେଁ ରେ ସଳଖ

ଖାଲ ଢିପ ଭରା ବାଟ

ହାତେ ମାପି ଯଦି ଚାଖଣ୍ଡେ ନଚାଲୁ

ସୁମରୁଥିବୁରେ ଇଷ୍ଟ।


ଘୋର କଳିକାଳ ଶେଷ ହୋଇ ଆସେ

ପାଦେ ପାଦେ ଏବେ ଭୟ

ଗର୍ବ ଅହଙ୍କାର ପାଶୋରି ଦେଇରେ 

ପ୍ରଭୁଙ୍କ ଶରଣ ଯାଅ ।




Rate this content
Log in

Similar oriya poem from Abstract