STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

କଳିଯୁଗ ବିବାହ

କଳିଯୁଗ ବିବାହ

1 min
320



ନାହିଁ ତ୍ରେତାଯୁଗ  ନଗରୀ ଅଯୋଧ୍ୟା

    ଶ୍ରୀରାମ ପୁରୁଷୋତ୍ତମ

ପବିତ୍ର ଜାହ୍ନବୀ   ଘୋର କଳିଯୁଗେ

     ପ୍ରବହନ୍ତି ମାତ୍ର ନାମ ।


ପ୍ରଦୂଷିତ ଗଙ୍ଗା   ସ୍ରୋତସ୍ୱନୀ ଧାର

     ଜଳ ସ୍ଥଳ ଓ ଆକାଶ

ବୈକୁଣ୍ଠ ସମାନ    ଘର ପରିବାର

     ସୁସ°ସ୍କୃତି ଇତିହାସ ।


ନାହିଁ ସୁବିଶ୍ୱାସ     ସମ୍ବନ୍ଧ ସମ୍ପର୍କ

      ଭକ୍ତି ନିଷ୍ଠା ସମର୍ପଣ

ସଞ୍ଚରୁନି ଖୁସି    ସମାଜେ ବିବାହ

      ପାଲଟିଛି ପ୍ରହସନ ।


ବିବାହ ପୂର୍ବରୁ    ଯୁବକ ଯୁବତୀ

      ହେଉଛନ୍ତି ଉତ୍ସୃଙ୍ଖଳ

ନିଜ ମନଇଚ୍ଛା    ରହନ୍ତି ଏକତ୍ର

     ମିଳନେ ନାହିଁ ବାରଣ ।


ଆଖି ବୁଜି ପିଇ  ଘାଟଘାଟ ପାଣି

     ଧରମକୁ ଆଖିଠାରି

ବିବାହ ନାମରେ&nbs

p; ଚାଲିଛି ଫେସନ

     କର୍ପୂର ଗଲାଣି ଉଡି ।


ହନିମୁନ ହୁଏ   ହିଲ ଷ୍ଟେସନରେ

     ବୁଲାବୁଲି ବିଦେଶରେ

ବୃଦ୍ଧ ମାତାପିତା   ସଢ଼ନ୍ତି ଗାଆଁରେ

    ନ ଚାହାନ୍ତି ଆଖିକୋଣେ ।


ପତ୍ନୀ ବଶମ୍ବଦ   ନ ରହିଲେ ସ୍ୱାମୀ

      ଅବିଳମ୍ବେ ଛାଡପତ୍ର

ହୁଅନ୍ତି ଅନାଥ   ଦୁର୍ଭାଗ୍ୟ ସନ୍ତାନ

    ଶିଶୁ କନ୍ୟା ଅବା ପୁତ୍ର ।


ପାଶ୍ଚାତ୍ୟ ପ୍ରଭାବୁ  ବୋଲାଉଛୁ ଆମେ

     ଶିକ୍ଷିତ ଅତ୍ୟାଧୁନିକ

ଏବେ ପ୍ରଜାପତ୍ୟ    ମଙ୍ଗଳ ବିବାହ

     ପୈଶାଚିକ ଆସୁରିକ ।


ସଙ୍କ୍ରମିତ ବ୍ୟାଧି    ରକ୍ତ ଅସ୍ଥି ମଜ୍ଜା

      ପ୍ରଦୂଷଣ ଘନଘୋର

ବଢେ ବିଶୃଙ୍ଖଳା   ଅସାମାଜିକତା

     ମ୍ଳେଚ୍ଛତ୍ୱ ବର୍ଣ୍ଣସଙ୍କର ।

          


Rate this content
Log in

Similar oriya poem from Tragedy